ଯେତେବେଳେ ୨୦ ଥର ମହିଳା ହେଲେ ଗର୍ଭବତୀ, ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ
ମହାରାଷ୍ଟ୍ରରେ ଏକ ପ୍ରକାର ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ୨୦ ଥର ଗର୍ଭଧାରଣ କରିଛନ୍ତି। ମହିଳାଙ୍କୁ ଟ୍ରିଟମେଣ୍ଟ କରୁଥିବା ଡାକ୍ତର ଜଣାଇଛନ୍ତି ୩୮ ବର୍ଷିୟା ଏହି ମହିଳା ସାତ ମାସର ଗର୍ଭବତୀ ଅଛନ୍ତି। ଏବେ ପର୍ଯ୍ୟନ୍ତ ତାଙ୍କର ୧୬ଟି ସଫଳ ପ୍ରସବ ହୋଇସାରିଛି ଏବଂ ୩ଟି ଗର୍ଭପାତ ହୋଇଛି।
ଏହି ଗର୍ଭପାତ ଗର୍ଭ ରହିବାର ତିନି ମାସ ପରେ ହୋଇଛି। ଡାକ୍ତରଙ୍କ କହିବାନୁଯାୟୀ ଏବେ ତାଙ୍କର ୧୧ଟି ସନ୍ତାନ ଅଛନ୍ତି। ତାଙ୍କର ବାକି ସନ୍ତାନ ପ୍ରସବର କିଛି ଘଣ୍ଟା କିମ୍ବା ଅଳ୍ପ ଦିନ ଭିତରେ ମରିଯାଇଛନ୍ତି।
୩୮ ବର୍ଷିୟା ମହିଳା ୨୦ ଥର ମା’ ହୋଇସାରିଛନ୍ତି। ଡାକ୍ତର ତାଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦେଇଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହିଳା ପ୍ରଥମ ଥର ପାଇଁ ହସପିଟାଲରେ ପ୍ରସବ କରିବେ କାରଣ ଏହା ପୂର୍ବରୁ ସବୁ ପ୍ରସବ ଘରେ ହିଁ ହୋଇଛି।
ଏହାସହ ପଢନ୍ତୁ ପିଅନ୍ତୁ : ପରିପାର୍ଶ୍ଵିକ ସଂକେତରୁ ଜାଣିପାରିବେ ଆପଣଙ୍କ ଆଖପାଖରେ ଆତ୍ମାର ଉପସ୍ଥିତି, ଏମାନଙ୍କୁ ଅନୁଭବ କରିବା ଅତି ସହଜ
ଏଥର କିନ୍ତୁ ଡାକ୍ତର ତାଙ୍କୁ ହସପିଟାଲରେ ଭର୍ତ୍ତୀ ହେବା ପାଇଁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ ମହିଳା ବିଡ୍ ଜିଲ୍ଲାର ଗୋପାଳ ସମୁଦାୟର ଅଟନ୍ତି ଯେଉଁମାନେ ସାଧାରଣତଃ ଭିକ ମାଗିବା କିମ୍ବା ମଜୁରୀ ଏବଂ ଛୋଟ ମୋଟ କାମ କରନ୍ତି।