ମହିଳାଙ୍କ ପାଇଁ ତାଲିବାନର ଘୋଷଣା: ଆଫଗାନିସ୍ତାନରେ ପୁଅଙ୍କ ସହ ବସି ପାଠ ପଢ଼ିପାରିବେନି

କାବୁଲ: ଆଫଗାନିସ୍ତାନରେ ତାଲିବାନର କବଜା ପରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ସ୍ୱାଧିନତା ଦେବାର ପ୍ରତିଶ୍ରୁତି ପରେ ବି ପୁଣି ପୁରୁଣା ଢ଼ାଞ୍ଚାକୁ ଆସିଛି ତାଲିବାନ୍ । ଏହାରି ମଧ୍ୟରେ ତାଲିବାନର କାର୍ଯ୍ୟନିର୍ବାହୀ ଉଚ୍ଚଶିକ୍ଷା ମନ୍ତ୍ରୀ ମହିଳାଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି । ଆଫଗାନିସ୍ତାନରେ ସହ ଶିକ୍ଷା ବ୍ୟସ୍ଥା ଉପରେ ରୋକ୍ ଲଗାଇଛି ତାଲିବାନ୍ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅବଦୁଲ ବାକି ହକ୍କାନୀ କହିଛନ୍ତି ଯେ, ‘ତାଲିବାନ୍ ଶାସନରେ ମହିଳାମାନେ ବିଶ୍ୱ ବିଦ୍ୟାଳୟରେ ପଢ଼ିପାରିବେ । କିନ୍ତୁ ଏହି ସମୟରେ ଝିଅ-ପୁଅ ଏକାଠି ବସି ପାଠ ପଢ଼ିପାରିବେନି । ଏହା ସହ ଝିଅମାନଙ୍କୁ ପୁରୁଷ ଶିକ୍ଷକ ପାଠ ପଢ଼ାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଅନ୍ୟପଟେ ତାଲିବାନ ଏକ ଇସଲାମିକ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଚାହୁଁଛି ବୋଲି ହକ୍କାନୀ କହିଛନ୍ତି । ଏହା ଆମର ଇସଲାମୀୟ, ଜାତୀୟତାବାଦୀ ଏବଂ ଐତିହାସିକ ମୂଲ୍ୟବୋଧ ଅନୁଯାୟୀ ପ୍ରସ୍ତୁତ ହେବ ବୋଲି ତାଲିବାନ କହିଛି । ଏବଂ ଏହା ଅନ୍ୟ ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ପ୍ରସ୍ତୁତ ରହିବ । ଏହି ସମୟରେ ସେ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ମଧ୍ୟ ଦାବି କରିଛନ୍ତି। ଏହା କେବଳ ଇସଲାମିକ ନିୟମ ଅନୁଯାୟୀ ହେବ ବୋଲି ସେ କହିଛନ୍ତି। ଏଥିରେ ମହିଳାମାନେ , ଅଧ୍ୟୟନ କରିବାକୁ ସକ୍ଷମ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.