ଲକଡାଉନରେ ପାଖରେ ନଥିଲା ଗୋଟିଏ ବି ଟଙ୍କା, ଏବେ କ୍ଷୀର ବିକ୍ରି କରି ହେଲେ କୋଟିପତି

କଥାରେ ଅଛି କୌଣସି କାମ ଛୋଟ ନୁହେଁ। କାମ ଠାରୁ ବଡ ଆଉ କିଛି ହୋଇନଥାଏ। ବର୍ଷ ୨୦୨୦ ଏମିତି ଏକ ବର୍ଷ ଥିଲା ଯାହା ସମସ୍ତଙ୍କ ପାଇଁ ଅଭିଷାପ ବନିଯାଇଥିଲା। କିଏ ନିଜ ଚାକିରି ହରାଇ ବସିଲେ ତ ଆଉ କାହା ପାଖରେ କାମ ଧନ୍ଦା ହିଁ ରହିଲାନାହିଁ। ତେବେ ଏଭଳି ପରିସ୍ଥିତିରେ ନିଜ ଗାଁ ଛାଡ଼ି ବାହାରେ ଚାକିରି କରୁଥିବା ଲୋକମାନେ ନିଜ ଘରକୁ ଫେରି ଚାଷ କାମ ଆଦି କରୁଥିବା ବି ଦେଖିବାକୁ ମିଳିଥିଲା। କିନ୍ତୁ ଏହି କ୍ରମରେ ଜଣେ ବୃଦ୍ଧା ପଶୁପାଳନ କରି ଦୁଗ୍ଧ ଉତ୍ପାଦନ ଦ୍ୱାରା କୋଟିପତି ହୋଇଥିବା ଜଣାପଡ଼ିଛି।

womenଗୁଜୁରାଟର ବନାସକଣ୍ଠା ଜିଲ୍ଲାର ନଗାନା ଗ୍ରାମରେ ୬୨ବର୍ଷୀୟ ନାଭାଲବେନ୍ ନାମକ ଜଣେ ବୃଦ୍ଧା ବସବାସ କରନ୍ତି। କରୋନା ଲକଡାଉନ୍ ସମୟରେ ସେ ନିଜ ଶକ୍ତି ସାମର୍ଥ୍ୟରେ ପଶୁପାଳନ କରି ଦୁଗ୍ଧ ଉତ୍ପାଦନ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୨୦ରେ ନାଭାଲବେନ୍ ଏକ କୋଟି ୧୦ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରି କୀର୍ତ୍ତି ଅର୍ଜନ କରିପାରିଛନ୍ତି।

ତାଙ୍କ ପାଖରେ ଏବେ ସୁଦ୍ଧା ୮୦ଟି ମଇଁଷି ଓ ୪୫ଟି ଗାଈ ରହିଛି। ଏମାନଙ୍କ ଠାରୁ ନାଭାଲବେନ ପାଖାପାଖି ୧୦୦୦ ଲିଟର ଦୁଗ୍ଧ ସଂଗ୍ରହ କରିଥାଆନ୍ତି। ଏହି ଦୁଗ୍ଧକୁ ବିକ୍ରି କରି ସେ ମାସକୁ ୩ ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି।

womenସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ପାଠ ପଢ଼ି ନାହାନ୍ତି କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ନାଭାଲବେନ୍ ଆତ୍ମନିର୍ଭଶୀଳ ହେବା ସହିତ ୧୧ଜଣ ଲୋକଙ୍କୁ ରୋଜଗାର ଯୋଗାଇଛନ୍ତି। ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ୨ଟି ଲକ୍ଷ୍ମୀ ପୁରସ୍କାର ଓ ୩ଟି ପାଦରି ପୁରସ୍କାରରେ ପୁରସ୍କୃତ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନାଭାଲବେନ୍ ୨୦୧୯ରେ ୮୭.୯୫ ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରିଥିଲେ।