ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ମହିଳାଙ୍କ ଗଳିତ ଶବ, ଝିଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ଫ୍ରିଜ ପରେ ଏବେ ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ମୃତଦେହ । ମୁମ୍ବାଇର ଲାଲବାଗ ଅଞ୍ଚଳରେ ଆଲମାରୀରୁ ମିଳିଲା ମହିଳାଙ୍କ ଗଳିତ ଶବ । ୨୧ ବର୍ଷୀୟ ଝିଅ ହତ୍ୟା କରିଥିବା ସନ୍ଦେହ । ଝିଅକୁ ରଖି ପଚରାଉଚରା କରୁଛି ପୋଲିସ ।

ଫ୍ରିଜ ଭିତରେ ମୃତଦେହ ରଖିବା ଖବର ଚର୍ଚ୍ଚାକୁ ଆସିବା ପରେ ପୁଣି ପ୍ଲାଷ୍ଟିକ ବ୍ୟାଗରେ ମିଳିଛି ଶବ । ଏମିତି ଘଟଣା ମୁମ୍ବାଇର ଲାଲବାଗ ପେରୁ କମ୍ପାଉଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି । ମହିଳାଙ୍କ ମୃତଦେହକୁ ପ୍ରଥମେ ପ୍ଲାଷ୍ଟିକ ବ୍ୟାଗରେ ପ୍ୟାକ୍‌ କରି ତା’ ପରେ ଆଲମାରୀରେ ବନ୍ଦ କରି ରଖାଯାଇଥିଲା। ମୃତକଙ୍କ ବୟସ ୫୦ ରୁ ୫୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି ।

ପୋଲିସ ସୂଚନା ଅନୁସାରେ, ଘର ଭିତରେ ଏକ ପ୍ଲାଷ୍ଟିକ ବ୍ୟାଗରେ ମହିଳାଙ୍କ ଗଳିତ ଶବ । ମୃତଦେହରୁ ଉତ୍କଟ ଗନ୍ଧ ବାହାରୁଥିବା ବେଳେ ବହୁ ଦିନ ତଳୁ ମହିଳାଙ୍କ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ମହିଳାଙ୍କ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ୨୧ ବର୍ଷୀୟ ଝିଅକୁ ପଚରାଉଚରା କରୁଛି। ତେବେ ଝିଅ ତାଙ୍କୁ ହତ୍ୟା କରି ଅଲମାରୀ ଭିତରେ ଲୁଚାଇଥିବା ପୋଲିସ ଅନୁମାନ କରୁଛି ।

ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ୨ ଜଣ ବ୍ୟକ୍ତି ଆସି ଜଣେ ମହିଳାଙ୍କ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ମହିଳା ଜଣକ ରହୁଥିବା ବିଲ୍ଡିଂକୁ ତଦନ୍ତ କରିବାକୁ ଯାଇଥିଲା।

ପୋଲିସ ଯାଞ୍ଚ କରିବାକୁ ପହଞ୍ଚିଥିବା ବେଳେ ମହିଳାଙ୍କ ଫ୍ଲାଟରୁ ଉତ୍କଟ ଗନ୍ଧ ବାହାରୁଥିଲା। ତେବେ ପୋଲିସ ଖୋଳତାଡ଼ କରି ଏକ ବଡ଼ ପ୍ଲାଷ୍ଟିକ ଜରି ଥିବା ଦେଖିବାକୁ ପାଇଥିଲା । ଜରିରେ ଜଣେ ମହିଳାଙ୍କ ମୃତଦେହ ପଚି ଯାଇଥିବା ପୋଲିସ ଦେଖିବାକୁ ପାଇଥିଲା।

ତେବେ ମହିଳାଙ୍କ ସହ ତାଙ୍କ ଝିଅ ରହୁଥିବାରୁ ସେ କାହିଁକି ମା ନିଖୋଜ ନେଇ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ। ତଥା ଘର ଭିତରେ ମହିଳାଙ୍କ ମୃତଦେହ ଥିବା ବେଳେ ତାଙ୍କୁ କିପରି ଦୁର୍ଗନ୍ଧ ଜଣା ପଡ଼ୁ ନ ଥିଲା ତାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ଆଉ ଏହାକୁ ସନ୍ଦେହ କରି ପୋଲିସ ଝିଅକୁ ପଚରାଉଚରା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.