ମହିଳାଙ୍କ ଠାରେ ମଧ୍ୟ ଲାଗୁ ହୋଇପାରେ ଆଇପିସି ଦଫା ୩୫୪ : ମୁମ୍ବାଇ କୋର୍ଟ

ନୂଆଦିଲ୍ଲୀ : ଜଣେ ମହିଳାଙ୍କୁ ବି ଆଇପିସି ଦଫା ୩୫୪ ରେ ଦୋଷୀ ସାବ୍ୟସ୍ତ କରାଯାଇପାରେ ବୋଲି କହିଛନ୍ତି ମୁମ୍ବାଇ କୋର୍ଟ । କୋର୍ଟ କହିଛନ୍ତି ଯେ ୩୫୪ ଅର୍ଥ କେବଳ ସେକ୍ସୁଆଲ ଆକ୍ଟ ନୁହେଁ । ଜଣେ ମହିଳା ଯଦି ଅନ୍ୟ ମହିଳାଙ୍କର ମାନ ସମ୍ମାନ ପ୍ରତି ଆଞ୍ଚ ପହଞ୍ଚାଇଥାନ୍ତି, ତେବେ ତାଙ୍କ ଠାରେ ମଧ୍ୟ ଏହି ଦଫାରେ ଦଣ୍ଡ ଲାଗୁ କରାଯାଇପାରେ ବୋଲି କୋର୍ଟ କହିଛନ୍ତି ।

ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଏମ ବି ଚୌହାନ ମୁମ୍ବାଇର ଜଣେ ମହିଳାଙ୍କୁ ୩୫୪ ଦଫା ଅନୁଯାୟୀ ଜଣେ ମହିଳାଙ୍କୁ ୧ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ଏପରି ଅପରାଧ ପୁରୁଷ ଓ ମହିଳାଙ୍କ ଦ୍ୱାରା ମଧ୍ୟ ହୋଇପାରେ । ଜଣେ ମହିଳା ମଧ୍ୟ ଜାଣିଶୁଣି ବଳପୂର୍ବକ ଅନ୍ୟ ଜଣେ ମହିଳାଙ୍କ ସମ୍ମାନ ପ୍ରତି ଆଞ୍ଚ ପହଞ୍ଚାଇ ପାରନ୍ତି ।

ମୁମ୍ବାଇର ଏକ ଅଂଚଳରେ ଜଣେ ମହିଳା ବହୁ ଲୋକଙ୍କ ଉପସ୍ଥିତିରେ ଅନ୍ୟ ଜଣେ ମହିଳାଙ୍କର ଶାଢ଼ି ଚିରି ଦେଇ ତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିଲେ ବୋଲି ଉକ୍ତ ମହିଳା ୨୦୨୦ ରେ ଥାନାରେ ଏତଲା ଦେଇଥିଲେ । ତେବେ ଅଭିଯୁକ୍ତ ମହିଳା ଏହାକୁ ମିଛ ବୋଲି କହିଥିଲେ । ମାତ୍ର ଉକ୍ତ ଅଂଚଳର ୨ ଜଣ ବ୍ୟକ୍ତି ଅଭିଯୁକ୍ତ ମହିଳାଙ୍କ ବିରୋଧରେ ସାକ୍ଷ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.