ସୋଲେ ଷ୍ଟାଇଲରେ ମହିଳା କଲେ ଏମିତି ହଙ୍ଗାମା, ପୁଣି ଥରେ ମିଳିଗଲା ଚାକିରି

ଆପଣଙ୍କର ଫିଲ୍ମ ସୋଲେ ର ସେହି ସିନଟି ମନେଥିବ । ଯେଉଁଥିରେ ବସନ୍ତିକୁ ପାଇଁ ବୀରୁ ଅର୍ଥାତ୍ ଧର୍ମେନ୍ଦ୍ର ପାଣି ଟାଙ୍କି ଉପରେ ଚଢିଯାଇଥିଲେ ଏବଂ ଆତ୍ମହତ୍ୟାର ଧମକ ଦେଇଥିଲେ । ତେବେ ରିଲର ଏହି ସିନକୁ ରିୟଲରେ ଦେଖିବାକୁ ମିଳିଛି । ତେବେ ପ୍ରେମ ପାଇଁ ନୁହେଁ ବରଂ ନିଜ ଚାକିରି ଫେରିପାଇବାକୁ ସୋଲେର ଏହି ସିନକୁ ରିକ୍ରିଏଟ୍ କରିଛନ୍ତି ଜଣେ ମହିଳା ।

ଘଟଣାଟି ଘଟିଛି ସାଇବର୍ ସିଟି ଗୁରୁଗ୍ରାମରେ । ମହିଳା ଜଣକ ଏକ ବିଲ୍ଡିଂର ଛାତ ଉପରେ ଚଢି କରିଛନ୍ତି ଜବରଦସ୍ତ ହଙ୍ଗାମା । ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ସ୍ଥାନୀୟ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତେବେ କୌଣସି କାରଣ ବସତଃ ତାଙ୍କ ଚାକିରିରୁ ବାହାର କରିଦିଆଯାଇଥିଲା । ଯେଉଁଥିରେ ମହିଳା ଜଣକ ଛାତ ଉପରୁ ଚଳକୁ ଡେଇଁବା ପାଇଁ ଧମକ ଦେଇଥିଲେ ।

ଏହା ଭିତରେ ପୋଲିସ୍ ପହଂଚି ବୁଝାଇବା ପରେ ମଧ୍ୟ ମହିଳା ଜଣକ ତଳକୁ ଓହ୍ଲାଇ ନଥିଲେ । ତେବେ ଯେତେବେଳେ କମ୍ପାନୀ ଅଧିକାରୀ ଚାକିରିରୁ ବାହାର ନକରିବା ପାଇଁ ପ୍ରତିଶ୍ରୁତି ଦେଲେ ସେତେବେଳେ ସେ ତଳକୁ ଆସିଥିଲେ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

16 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

35 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

43 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

60 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago