ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ, ସାହାଯ୍ୟ ନପାଇ ଶେଷକୁ କଲେ ଏମିତି କାମ

ମାହାରାଷ୍ଟ୍ର : ନାଗପୁରର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯାହା ମାନବୀକତାକୁ ଆଘାତ ପହଞ୍ଚାଇଛି। ଡାକ୍ତରଖାନାକୁ ଡେଲିଭେରୀ ପାଇଁ ଯାଇଥିବା ବେଳେ କାହାର ସାହଯ୍ୟ ନପାଇ ନିଜେ ଶିଶୁ ଜନ୍ମ କରିଛନ୍ତି ୨୩ ବର୍ଷିୟା ଶୁକେଷ୍ଣୀ ଶ୍ରୀକାନ୍ତ। ଆସନ୍ତୁ ନଜର ପକାଇବା କଣ ରହିଥିଲା ସଂପୂର୍ଣ୍ଣ ଘଟଣା।

ମହିଳା ଶୁକେଷ୍ଣୀ ବୟାନ ଅନୁଯାୟୀ, ତାଙ୍କର ଗର୍ଭଯନ୍ତ୍ରଣା ସମୟରେ କେହି ମଧ୍ୟ ତାଙ୍କ ପାଖରେ ଉପସ୍ଥିତ ନଥିଲେ। ଅନେକ ଅନୁରୋଧ ପରେ ମଧ୍ୟ କେହି ମୋ ସାହାଯ୍ୟ କରିବା ପାଇଁ ଆଗକୁ ଆସିନଥିଲେ। ଶେଷକୁ ଯନ୍ତ୍ରଣା ସହ୍ୟ କରିନପାରି ମୁଁ ନିଜେ ନିଜର ପ୍ରସବ କରିବି ବୋଲି ନିଷ୍ପତ୍ତି ନେଇଥିଲି। ତେବେ ପ୍ରସବ ପରେ ଉଦ୍ଭୟ ମା ଏବଂ ଛୁଆ ସୁସ୍ଥ ଥିବା ଜଣାପଡିଛି।
ଲେବର ୱାର୍ଡରେ ଏକୁଟିଆ ଛାଡିଥିଲେ

ଶୁକେଷ୍ଣୀଙ୍କ ସମ୍ପର୍କୀୟମାନେ କହିଛନ୍ତି ସୋମବାର ସଂଧ୍ୟାରେ ତାଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ତାଙ୍କୁ ଲେବର ୱାର୍ଡକୁ ନିଆଯାଇଥିଲା। ଯନ୍ତ୍ରଣା କମ ହେବା ପରେ ସେଠାରୁ ଡାକ୍ତର ବାହାରାକୁ ଚାଲି ଆସିଥିଲେ ।ଯେତେବେଳେ ଅଧାରାତିରେ ଯନ୍ତ୍ରଣା ପୁନର୍ବାର ଆରମ୍ଭ ହେଲା ସେତେବେଳେ ସେ ୱାର୍ଡରେ ଏକୁଟିଆ ଥିଲେ। ସାହାଯ୍ୟ ପାଇଁ ଚିଲାଇଥିଲେ ମଧ୍ୟ କେହି ତାଙ୍କ ପାଖକୁ ଆସିନଥିଲେ।ଶେଷରେ ଶୁକେଷ୍ଣୀଙ୍କୁ ନିଜର ପ୍ରସବ କରାଇଥିଲେ।

ଶୁକେଷ୍ଣୀଙ୍କ ସ୍ବାମୀ ଶ୍ରୀକାନ୍ତ କହିଛନ୍ତି ଡାକ୍ତର ଓ ନର୍ସଙ୍କ ଏପରି ଅସାବଧାନତା ପାଇଁ ତାଙ୍କୁ ନିହାତି ଦଣ୍ଡ ମିଳିବା ଆବଶ୍ୟକ। ଏନେଇ ସେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି। ତେବେ ଡାକ୍ତରଖାନାର ମୁଖ୍ୟ ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।

Sasmita

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 min ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

2 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

19 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

20 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

24 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

46 mins ago