ଗରବା ପାଇଁ ମହିଳାମାନେ ନିଜ ପିଠିରେ ବନାଇଲେ ମୋଦି ଏବଂ ଟ୍ରମ୍ପ ଟାଟୁ

ଗୁଜରାଟରେ ନବରାତ୍ର ଉତ୍ସବ ପାଇଁ ଗରବାର ସାଜ ସଜ୍ଜାରେ ଏଥର ଟାଟୁର ଟ୍ରେଣ୍ଡ ପରିବର୍ତ୍ତନ ହୋଇଛି। ମହିଳାମାନେ ନିଜ ପିଠିରେ ହାଉଡି ମୋଦି କାଯ୍ୟର୍କ୍ରମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ମିଟିଙ୍ଗ, ଚନ୍ଦ୍ରଯାନ ୨, ଆର୍ଟିକିଲ ୩୭୦, ୩୫ଏ ଏବଂ ସଂସୋଧିତ ମୋଟର ଭେଇକିଲ ଆକ୍ଟର ନିୟମ ସମେତ ପର୍ଯାବରଣ ରକ୍ଷା କରିବା ଭଳି ଘଟଣାରେ ଟାଟୁ କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିକଟରେ ୟୁନାଇଟେଡ୍‌ ନେସନର ମହାସଭାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସାକ୍ଷାତ୍‌ କରିଥିଲେ। ଏହି ସାକ୍ଷାତର ଜାଦୁର ପ୍ରଭାବ ପିଏମଙ୍କ ନିଜ ରାଜ୍ୟ ଗୁଜରାଟରେ ବହୁତ ସଂଖ୍ୟାରେ ଦେଖିବାକୁ ମିଳୁଛି।

ସୁରତରେ ନବରାତ୍ରୀ ଉତ୍ସବକୁ ନେଇ ଯୁବଗୋଷ୍ଠିଙ୍କ ମଧ୍ୟରେ ଖାସ୍‌ ଉତ୍ସାହ ଦେଖିବାକୁ ମିଳିଛି। ଏଠାରେ ଗରବାରେ ସାମିଲ ହେଉଥିବା ଯୁବକ ଏବଂ ଯୁବତୀଙ୍କ ପିଠି, ହାତ ଏବଂ କାନ୍ଧରେ ବିଭିନ୍ନ ପ୍ରକାର ଟାଟୁ ଦେଖିବାକୁ ମିଳୁଛି। ଟାଟୁ ଆର୍ଟିଷ୍ଟ ଦର୍ଶନ ଗୋବିଲଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନବରାତ୍ରୀ ଉତ୍ସବ ଅକ୍ଟୋବର ୭ ତାରିଖ ଯାଏଁ ଚାଲିବ। ଗରବା ପାଇଁ କରାଯାଉଥିବା ଏହି ଟାଟୁ ଗୋଟିଏରୁ ଦୁଇ ଦିନ ବା ତାଠାରୁ ଅଧିକ ଦିନ ପର୍ଯ୍ୟନ୍ତ ରହିବ।

Pritiparna

Recent Posts

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

3 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

9 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

24 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

59 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

1 hour ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

1 hour ago