ଝିଅ ବାହାଘରର ୧୦ ଦିନ ପୂର୍ବରୁ ମା’କୁ ଚଢିଲା ପ୍ରେମ ଜ୍ୱର, ସବୁ ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହେଲେ ମହିଳା

କି ଯୁଗ ହେଲା ! ଆଜିକାଲି ଝିଅ ବାହା ହେବ ସମୟରେ ପ୍ରେମିକ ସହିତ ଫେରାର ହେଉଯାଉଛି ମା’। ଏମିତି ଏକ ଘଟଣା ଉତ୍ତରାଖଣ୍ଡର ହରିଦ୍ୱାରରେ ଦେଖିବାକୁ ମିଳିଛି। ଝିଅର ବାହାଘରକୁ ଆଉ ମାତ୍ର ୧୦ ଦିନ ଥିବା ବେଳେ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି ମହିଳା । ମହିଳା ଜଣକ ଝିଅ ବାହାଘର ପାଇଁ କିଣିଥିବା ସବୁ ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି ।

ଖବର ମୁତାବକ, ଉତ୍ତରାଖଣ୍ଡର ହରିଦ୍ୱାରରେ ଝିଅର ବିବାହ ପାଇଁ ମା’ ସବୁ ପ୍ରକାର ପ୍ରସ୍ତୁତି କରିସାରିଥିଲେ। ସବୁ ଅଳଙ୍କାର କିଣି ରଖିଥିଲେ। ଝିଅ ବାହାଘରକୁ ଆଉ ମାତ୍ର ୧୦ ଦିନ ଥିବା ବେଳେ ସବୁ ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି ମହିଳା। ଝିଅ ବାହାଘର ପାଇଁ ଯେତେ ଟଙ୍କା ଥିଲା, ତାହାକୁ ନେଇ ମଧ୍ୟ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି।

ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି କି, ଫେରାର ଥିବା ମହିଳାଙ୍କ ସ୍ୱାମୀ ବର୍ଷେ ପୂର୍ବରୁ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ୪ଟି ପିଲା ରହିଛନ୍ତି। ଗତ କିଛି ଦିନ ଧରି ଏହି ଅଞ୍ଚଳର ଜଣେ ଯୁବକ ତାଙ୍କ ଘରକୁ ଯିବା ଆସିବା ପରୁଥିଲେ। ଝିଅର ବାହାଘର ୧୪ ଡିସେମ୍ବରକୁ ଠିକ୍‌ ହୋଇଥିବା ବେଳେ ମା’ ଶନିବାର ରାତିରେ ସବୁକିଛି ନେଇ ଫେରାର ହୋଇଯାଇଛନ୍ତି। ପୋଲିସ ସେହି ଯୁବକଙ୍କ ବିଷୟରେ ପଚରାଉଚରା କରିବା ପରେ ସେ ଫେରାର ରହିଛନ୍ତି ବୋଲି ଜାଣିବାକୁ ପାଇଛନ୍ତି। ପୋଲିସ ଘର ଛାନଭିନ୍‌ କରିବା ସମୟରେ ଜାଣିବାକୁ ପାଇଛି କି, ମହିଳା ଜଣକ ଘରୁ ସମସ୍ତ ଅଳଙ୍କାର ଏବଂ ପଇସା ନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟଅଞ୍ଚଳରେ ଚର୍ଚ୍ଚାର ବିଷୟ ରହିଛି ।

Leave A Reply

Your email address will not be published.