ଏଣିକି ଦେଶର ପ୍ରତି ଥାନାରେ ଖୋଲିବ ମହିଳା ହେଲ୍ପ ଡେକ୍ସ

ଦେଶରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଯେମିତି ବନ୍ଦ ହେବାର ନାଁ ଧରୁନି । ସେ ହାଇଦରାବାଦ ଘଟଣା ହେଉ ବା ଊନାଓ ଘଟଣା ହେଉ । ଏହି ଘଟଣା ଗୁଡିକ ଶୁଣିବା ମାତ୍ରେ ଦେହରେ ଯେମିତି ଶିହରଣ ଖେଳିଯାଏ । ପ୍ରତି ନାଗରିକ ଯଦି ସଚେତନ ନ ହୁଅନ୍ତି ତେବେ ହୁଏତ ଏହି ଘଟଣା ଗୁଡିକୁ ଶତ ପ୍ରତିଶତ ବନ୍ଦ କରାଯାଇପାରିବ ନାହିଁ । କିନ୍ତୁ ଯଦି କିଛି ପଦକ୍ଷେପ ନିଆଯାଏ ତେବେ ହୁଏତ ଏଗୁଡିକର ସଂଖ୍ୟା କିଛିଟା କମ କରି ପାରିବ । କିଛି ଦିନ ହେବ ସାଧାରଣ ଲୋକେ ସରକାରଙ୍କ ନିକଟରେ ମହିଳା ସୁରକ୍ଷା ନେଇ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି । ତେଣୁ ମହିଳା ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏକ୍ଷେତ୍ରରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଆଦେଶ ଅନୁଯାୟୀ ଏଣିକି ଦେଶର ସମସ୍ତ ଥାନାରେ ହେଲ୍ପ ଡେକ୍ସ ପ୍ରତିଷ୍ଠା କରାଯିବ । ଏନେଇ ନିର୍ଭୟା ଫଣ୍ଡରୁ ୧୦୦ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ ।

ଏହା ସହ ପଢନ୍ତୁ: ଶସ୍ତା ରୁ ହିନସ୍ତା, ପିଆଜ କିଲୋ ପିଛା ୩୦ ଟଙ୍କା ଦରରେ ବିକୁଥିବା ନେଇ ଜଣେ କଂଗ୍ରେସ ନେତାଙ୍କୁ ଏମିତି ଶାସ୍ତି ଦେଲେ ବିଜେପି ସମର୍ଥକ

ପ୍ରତି ମହିଳା ହେଲ୍ପ ଡେକ୍ସରେ ମହିଳା ପୋଲିସ କର୍ମୀ ମାନଙ୍କୁ ହିଁ ନିଯୁକ୍ତି ଦିଆଯିବ । ଆଉ ମଧ୍ୟ ଅଭିଯୋଗ ନେଇ ଆସିଥିବା ମହିଳା ମାନଙ୍କ ସହ କିପରି ଭାବେ ସମବେଦନା ଶୀଳତା ସହ ବ୍ୟବହାର କରାଯିବ ସେ ନେଇ ମହିଳା ପୋଲିସ କର୍ମୀ ମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ତାଲିମ ଦିଆଯିବ । ଏହା ସହ କାନୁନ ସହାୟତା, ପରାମର୍ଶ, ଆଶ୍ରୟ, ପୁନର୍ବାସ ଓ ପ୍ରଶିକ୍ଷଣ ଆଦିର ସୁବିଧା ପାଇଁ ଓକିଲ, ମନସ୍ତତ୍ବବିତ ଆଦି ମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ । ପୀଡିତ ମହିଳାଙ୍କୁ କିପରି ଉନ୍ନତ ସହାୟତା ମିଳିପାରିବ ସେ ନେଇ ଅଧିକରୁ ଅଧିକ ଦୃଷ୍ଟି ଦିଆଯିବ । କେନ୍ଦ୍ର ସରକାର ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏହି ଯୋଜନାକୁ ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.