ଟାଟୁ କରୁଥିଲେ ସାବଧାନ ! ବ୍ୟାପୁଛି ଏଚଆଇଭି ସଂକ୍ରମଣ, ଗାଜିଆବାଦରେ ୬୮ ମହିଳା ସଂକ୍ରମିତ

ଟାଟୁ କରି ଏଚଆଇଭି ସଂକ୍ରମଣର ଶିକାର ହୋଇଛନ୍ତି ୬୮ ମହିଳା । ଗାଜିଆବାଦରେ ୬୮ ମହିଳା ଏଚଆଇଭି ସଂକ୍ରମିତ ହେବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଛି । ସଂକ୍ରମିତ ମହିଳାଙ୍କ ମଧ୍ୟରେ ଗର୍ଭବତୀ ଥିବା ଜଣାପଡିଛି । ଏହି ମହିଳାଙ୍କୁ ସଂକ୍ରମଣର କାରଣ ଟାଟୁ କରିବା ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଏଚଆଇଭି ମାମଲା ସହିତ ଟାଟୁ କାରଣରୁ ବ୍ୟାପିଥିବା ସଂକ୍ରମଣରୁ ୪୮୫ ହେପାଟାଇଟିସ କେସ୍ ସାମ୍ନାକୁ ଆସିଛି ।

ଖବର ମୁତାବକ, ଏଚଆଇଭି ଏବଂ ହେପାଟାଇଟିସ ବ୍ଲଡ ଟ୍ରାନ୍ସ ଫ୍ୟୁଜନରୁ ବ୍ୟାପୁଥିବା ରୋଗ । HIV କୁ ରୋକିବାକୁ ଚେଷ୍ଟା କରାଯାଉଥିବା ବେଳେ ଟାଟୁ କରିବା ସମୟରେ ହେଉଥିବା ଦାୟିତ୍ବହୀନତା ଯୋଗୁଁ ଅନେକ ମହିଳା ଏଚଆଇଭିର ଶିକାର ହେଉଛନ୍ତି । ସେଥିପାଇଁ ଗାଜିଆବାଦରେ ଟାଟୁ କରିବା ବେଳେ ଏଚଆଇଭି ସଂକ୍ରମିତ ଘଟଣା ବେଶ ଚର୍ଚ୍ଚାରେ ରହିଛି ।

ଗାଜିଆବାଦ ଜିଲ୍ଲା ମହିଳା ହସପିଟାଲରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଯାଞ୍ଚରୁ ପତ୍ତା ଲାଗିଛି କି, ୪ ବର୍ଷରେ ୬୮ ମହିଳା ଏଚଆଇଭି ସଂକ୍ରମଣ ହୋଇଛନ୍ତି । ଏଥିରୁ ୨୦ ଜଣ ମହିଳା ରାସ୍ତା କଡରେ ଥିବା କୌଣସି ପାଲର୍ରରେ ଟାଟୁ କରିଥିଲେ । ଏଚଆଇଭି କାଉନସିଲିଂ ସମୟରେ ଜଣାପଡିଲା କି, ସଂକ୍ରମିତ ମହିଳା ଅସୁରକ୍ଷିତ ଭାବେ ଟାଟୁ କରିବା ଦ୍ବାରା ସଂକ୍ରମଣ ମାମଲା ବଢିଛି । ଏବେ ଏମାନେ ସମସ୍ତେ ଏଡସ ସଂକ୍ରମିତ ରହିଛନ୍ତି ।

ବିନା ଲାଇସେନ୍ସପ୍ରାପ୍ତ ଲୋକଙ୍କ ଠାରୁ ଟାଟୁ କରିବା ବେଳେ ଗୋଟିଏ ଛୁଞ୍ଚିକୁ ବାରମ୍ବାର ଅନେକ ଲୋକଙ୍କ ଟାଟୁ କରିବା ପାଇଁ ବ୍ୟବହାର କରନ୍ତି । ଗୋଟିଏ ଛୁଞ୍ଚିକୁ ବାରମ୍ବାର ବ୍ୟବହାର କରିବା ଯୋଗୁଁ ବ୍ଲଡ ଟ୍ରାନ୍ସଫୁଜନ ହୋଇଥାଏ । ଫଳରେ ଏଚଆଇଭି କିମ୍ବା ହେପାଟାଇଟିସ ଭଳି ସଂକ୍ରମଣ ହୋଇଥାଏ ।

You might also like