ଦେଶ ବିଦେଶ

ଅନ୍‌ଲାଇନ୍‌ କାମ ପାଇଁ ମହିଳା ହରାଇଲେ ୫ ଲକ୍ଷ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ଅନ୍‌ଲାଇନ୍‌ ଫ୍ରଡ ମାମଲା ଦ୍ରୁତଗତିରେ ବଢ଼ି ଚାଲିଛି । ପ୍ରତ୍ୟେକ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ପୁଣି ସମାନ ଭାବେ ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଏହି ଫ୍ରଡର ଶିକାର ହୋଇଛନ୍ତି । ଗୋଟିଏ ଛୋଟ ଭୁଲ ପାଇଁ ମହିଳାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଗାୟବ ହୋଇଯାଇଥିବା ଜଣା ପଡ଼ିଛି । ତେବେ ଆସନ୍ତୁ ଜାଣିବା କଣ ହୋଇଛି ପୂରା ମାମଲା ।

ମହାରାଷ୍ଟ୍ରରେ ରହୁଥିବା ୪୮ ବର୍ଷିୟ ମହିଳା ଘରେ ହିଁ କିଛି ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ । ଥରେ ଅଧିକ ଟଙ୍କା ଇନକମ୍‌ କରିବେ ଭାବି ଅନ୍‌ଲାଇନ୍‌ ଦୁନିଆର ସାହାଯ୍ୟ ନେବା କଥା ଚିନ୍ତା କରିଥିଲେ । ଏଥିପାଇଁ ସେ ଅନେକ େଓ୍ଵବସାଇଟ ଚେକ୍‌ କରିଥିଲେ । ଏହା ପରେ ତାଙ୍କୁ ଏକ ଭଲ ଚାକିରି କରିବା ପାଇଁ ଅଫର ମିଳିଥିଲା । ଯେଉଁଥିରେ ତାଙ୍କୁ ଭଲ ସ୍ୟାଲେରୀ ମିଳିବ ବୋଲି କୁହାଯାଇଥିଲା । ଅନ୍‌ଲାଇନ୍‌ ସର୍ଚ୍ଚ କରିବା ପରେ ତାଙ୍କୁ ଯେଉଁ ଚାକିରିର ଅଫର ମିଳିଥିଲା, ସେଥିରେ ତାଙ୍କୁ ଓ୍ଵାର୍କ ଫ୍ରମ୍‌ ହୋମ କରିବାକୁ କୁହାଯାଇଥିଲା । ଏହି କାମ ଅନ୍‌ଲାଇନ୍‌ ଥିବାରୁ ମହିଳାଙ୍କୁ ସହଜ ଲାଗିଥିଲା ।

ସ୍କାମର୍ସ ମହିଳାଙ୍କୁ କହିଥିଲା ଯେ, ଏହି ଅନ୍‌ଲାଇନ୍‌ କାମ ପାଇଁ ଆପଣଙ୍କୁ କିଛି ଲିଙ୍କ୍‌ ଦିଆଯିବ । ପ୍ରତ୍ୟେକ ଲିଙ୍କ୍‌ରେ ଆପଣ କ୍ଲିକ କରି ଇନକମ୍‌ କରି ପାରିବେ । ଏଥିପାଇଁ ମହିଳାଙ୍କୁ ଏକ ଟେଲିଗ୍ରାମ୍‌ ଗ୍ରୁପରେ ଆଡ୍‌ ହେବାକୁ କୁହାଯାଇଥିଲା ।

ମହିଳାଙ୍କୁ ଭରସା ଦେବା ପାଇଁ ସାଇବର ଠକେଇ କରୁଥିବା ଠକମାନେ ତାଙ୍କୁ ପ୍ରଥମେ ୧୦୦୦ ଟଙ୍କା ଦେଇଥିଲେ । ପରେ ୧୪୦୦ ଟଙ୍କା ରିଟର୍ଣ୍ଣ ଦେଇଥିଲେ । ମହିଳାଙ୍କୁ ବିଶ୍ୱାସ ଆସିବା ପରେ ତାଙ୍କୁ ଅଧିକ ଟଙ୍କା ଇନକମ୍‌ କରିବା ପାଇଁ ଲୋଭ ଦେଖାଇଥିଲେ ସାଇବର ଠକ । ଏହା ପରେ ମହିଳା ଜଣଙ୍କ ୫ ଲକ୍ଷ ଟଙ୍କା ଇନଭେଷ୍ଟ କରିବା ପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ଇନଭେଷ୍ଟ କରିବା ପରେ ତାଙ୍କୁ କୌଣସି ପ୍ରକାର ଟଙ୍କା ରିଟର୍ଣ୍ଣ ଆସିନଥିଲା । ସେତେବେଳେ ସେ ଅନୁଭବ କରିଥିଲେ ଯେ, ସେ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି । ମହିଳା ଠକାମୀର ଶିକାର ହେବା ପରେ ପୋଲିସକୁ ସୂଚନା ଦେଇଥିଲେ ଏବଂ ପରେ ସାଇବର ଫ୍ରଡକୁ ନେଇ ମାମଲା ରୁଜ୍ଜୁ କରିଥିଲେ । ପୋଲିସ ସମ୍ପୃକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago