ଝିଅକୁ କରୋନା ଭାଇରସରୁ ବଞ୍ଚାଇବା ପାଇଁ ଚୀନୀ ମହିଳା ବାହାର କଲେ ଏମିତି ଉପାୟ, ଏବେ ଖୋଲାରେ ବସି ସୁବିଧାରେ ପାଠ ପଢିପାରୁଛି ଝିଅ

ଚୀନର ହୁବେଇ ପ୍ରାନ୍ତର ୭ ବର୍ଷୀୟ ବି.ମେନଗିଙ୍କ ପାଇଁ ତାଙ୍କ ମା ପ୍ରସ୍ତୁତ କରିଛନ୍ତି ଏକ ଖାସ ପଲିଥିନ ଟେଣ୍ଟ ଯାହାଦ୍ୱାରା ସେ କରୋନା ଭାଇରସ ସଂକ୍ରମଣରୁ ବଞ୍ଚି ପାରିବେ ଏବଂ ଅନଲାଇନ କ୍ଳାସେସ ଆଟେଣ୍ଡ କରିପାରିବେ। କାରଣ ଘର ଭିତରେ ନେଟୱାର୍କ କନେକ୍ସନ ବହୁତ ଦୁର୍ବଳ। ସେଥିପାଇଁ ପଲିଥିନ ସାହାଯ୍ୟରେ ଏହି ଆଣ୍ଟି କରୋନା ଭାଇରସର ଟେଣ୍ଟ ପ୍ରସ୍ତୁତ କରାଯାଇଛି ଯେଉଁଠି ବସି ମେନଗି ପାଠ ପଢି ପାରିବେ ।

Image result for women-made-anti-coronavirus-tent-for-her-daughter

ଚୀନରେ କରୋନା ଭାଇରସର ପ୍ରକୋପ ବଢି ବଢି ଚାଲିଥିବାରୁ ସେଠାକାର ଲୋକମାନେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି । ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଟ୍ରାନ୍ସପୋର୍ଟିଂ ସିଷ୍ଟମ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଠପ ହୋଇପଡିଛି । ଲୋକମାନେ ନିଜ ଘରେ ରହିବାକୁ ବାଧ୍ୟ ହୋଇପଡିଛନ୍ତି । ଅଧିକାଂଶ ଲୋକେ ନିଜ ଘରେ କାମ କରୁଛନ୍ତି । ଏହାସହିତ ସ୍କୁଲ କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ଘରେ ହିଁ ଅନଲାଇନ କ୍ଳାସେସ ଆଟେଣ୍ଡ କରୁଛନ୍ତି । ତେବେ ହୁବେଇର ଏକ ପ୍ରାନ୍ତରେ ଗୋଟେ ଝିଅ ପଲିଥିନ ଟେଣ୍ଟ ଭିତରେ ବସି ପାଠ ପଢୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମେନଗିଙ୍କ ମା ତାଙ୍କ ପାଇଁ ଏକ ଆଣ୍ଟି-କରୋନା ଭାଇରସ ଟେଣ୍ଟ ପ୍ରସ୍ତୁତ କରିଛନ୍ତି ଯାହାଦ୍ୱାରା ସେ ବିନା କୌଣସି ବାଧାରେ ବସି ପାଠ ପଢିପାରିବେ ।

Image result for women-made-anti-coronavirus-tent-for-her-daughterସୂଚନା ଅନୁଯାୟୀ ଚୀନର କିଛି ସ୍ଥାନରେ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି । ସ୍କୁଲ ପିଲାମାନଙ୍କୁ ଅନଲାଇନ ପାଠ ପଢାଉଛନ୍ତି । ଯାହାଦ୍ୱାରା ସେମାନଙ୍କର ପାଠପଢ଼ାରେ ବି କୌଣସି କ୍ଷତି ହେବନାହିଁ ଏବଂ ସେମାନେ ଏହି ସଂକ୍ରମଣରୁ ମଧ୍ୟ ବଞ୍ଚିପାରିବେ । ମୋବାଇଲ ଆପ ଓ ଲାଇଭ ଷ୍ଟ୍ରିମିଙ୍ଗ ସାହାଯ୍ୟରେ ଏପରି କରାଯାଉଛି । ସୂଚନା ଅନୁଯାୟୀ ଚୀନରେ କରୋନା ଭାଇରସରେ ମୃତ ସଂଖ୍ୟା ୨୩୬୦ରେ ପହଁଚିଥିବା ବେଳେ ପ୍ରାୟ ୭୭,୦୦୦ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।