ଏହି ଯୁବତୀଙ୍କ ପାରାଗ୍ଲାଇଡ ଦେଖି ଆପଣ ବି ହୋଇଯିବେ ସ୍ତବ୍ଧ : ନିଜ ସ୍ୱାମୀଙ୍କୁ ଏମିତି କହୁଥିଲେ ପାରାଗ୍ଲାଇଡ କରୁଥିବା ମହିଳା, ଭିଡିଓ ହେଲା ଭାଇରାଲ

ନିଜ ସ୍ତ୍ରୀକୁ ଯଦି ପାରାଗ୍ଲଇଡ କରିବାକୁ ଛାଡୁଛନ୍ତି ତେବେ ସତର୍କ ରୁହନ୍ତୁ । ଏକଥା ଆମେ କହୁନୁ ଏହି ଭିଡିଓ ଦେଖି ଏପରି କହିଛନ୍ତି ଜଣେ ଆର୍ମି ଅଫିସର। ଭିଡିଓଟି ଖୁବ ଫନି, ଜଣେ ମହିଳାଙ୍କୁ ଆପଣ ଏହି ଭିଡିଓରେପାରୀ ଗ୍ଲାଇଡିଙ୍ଗ କରୁଥିବାର ଦେଖୁଥିବେ । ପୁଣି ଏହି ପାରାଗ୍ଲାଇଡ ଟ୍ରିପ ଆରମ୍ଭ ହେବା ପୂର୍ବରୁ ହିଁ ମହିଳା ଜଣକ ଡରରେ ଛାନିଆ ହୋଇ ଚିଲାଇବାକୁ ଲାଗିଛନ୍ତି।

women on paraglide trip
Picture Credit – Twitter

ମହିଳା ଜଣକ ଏମିତି ଡରିଯାଇଛନ୍ତି ଯେ ପାରାଗ୍ଲାଇଡ ଆରମ୍ଭ ହେଉ ହେଉ ହିଁ ସେଗାଇଡକୁ ମନା କରୁଛନ୍ତି ଉପରକୁ ନ ଯିବା ପାଇଁ । ପୁଣି ସବୁଠୁ ମଜାଦାର କଥା ହେଉଛି ସେ ନିଜ ସ୍ୱାମୀଙ୍କୁ ରାଗିଯାଇ ନିଜ ସ୍ୱାମୀଙ୍କ ଉପରେ ଚିଲାଇବାକୁ ଲାଗିଛନ୍ତି କାରଣ ସେ ତାଙ୍କୁ ଏମିତି ଆଡ୍‌ଭେନ୍ଚରିୟସ ଟ୍ରିପରେ ଏକା ଛାଡି ଦିଅନ୍ତି । ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ କହିଛନ୍ତି ସେ ତାଙ୍କୁ ସବୁବେଳେ ଏମିତି ଅବସ୍ଥାରେ ଛାଡିଦିଅନ୍ତି ।

 

ମୋ ସ୍ୱାମୀ ବହୁତ ଖରାପ, ତେବେ ଏପରି ସେ ପରିସ୍ଥିତିରେ ଆସି ହିଁ କହିଛନ୍ତି କିନ୍ତୁ ଏହି ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖି ପୁଣି ଏହାକୁ ଜଣେ ଆର୍ମି ଅଫିସର ଟ୍ଵିଟରରେ ସେୟାର କରି ଲେଖିଛନ୍ତି ନିଜ ସ୍ତ୍ରୀକୁ କେବେ ଏକା ଛାଡିବନି ନ ହେଲେ ଏମିତି ଅବସ୍ଥା ହେବ। ପୁଣି ଏହାକୁ ଦେଖି ଅନେକ ଲୋକ କମେଣ୍ଟ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଜାଣିଶୁଣି ଏପରି ପରିସ୍ଥିତିରେ ପକାଇଛନ୍ତି କାରଣ ସେ ଜାଣିଥିଲେ ଯେ ତାଙ୍କ ସ୍ତ୍ରୀ ଉଚ୍ଚ ସ୍ଥାନକୁ ଯିବା ପାଇଁ ଡରନ୍ତି । ତେବେ ଏହା ହେଉଛି ମ୍ୟାରିଟାଲ କ୍ରୁଏଲ୍ଟି । ହେଲେ ଅନେକ ଏହାକୁ ମଜାଦାର ଭିଡିଓ ବୋଲି କହିବା ସହିତ ନିଜ ସ୍ତ୍ରୀକୁ ସାହସୀ କରିବା ପାଇଁ ସ୍ୱାମୀ ଏମିତି କରିଥିବା କଥା ମଧ୍ୟ ଅନେକ କମେଣ୍ଟରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.