ଏୟାରପୋର୍ଟରେ ମହିଳାଙ୍କ ଏପରି ହରକତ ସୋସିଆଲ ମିଡିଆରେ ଭାଇରାଲ, ଆପଣ ଜାଣି ହେବେ ଆଚମ୍ବିତ

ଆପଣ କେବେ ବିମାନ ଯାତ୍ରା କରିଛନ୍ତି କି ? ଯଦି କରିଛନ୍ତି, ତେବେ ଆପଣ ତ ନିଶ୍ଚିତ ଏହି ଅସୁବିଧାର ସାମ୍ନା କରିଥିବେ। ବିମାନ ଯାତ୍ରା ସମୟରେ ଅତିରିକ୍ତ ବ୍ୟାଗେଜ ଶୁଳ୍କରୁ ବଞ୍ଚିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। ଏପରି ଏକ ଅଦ୍ଭୁତ ଘଟଣା ପୁଣି ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଫିଲିପିନ୍ସରେ ରହୁଥିବା ଜଣେ ମହିଳା ଅତିରିକ୍ତ ବ୍ୟାଗେଜ ଶୁଳ୍କରୁ ବଞ୍ଚିବା ପାଇଁ ଆପଣାଇଛନ୍ତି ଅଦ୍ଭୁତ ଉପାୟ। ମହିଳା ଜଣକ ନିଜ ବ୍ୟାଗରେ ଥିବା ଜିନିଷର ଓଜନ କମ୍‌ କରିବା ପାଇଁ ନିଜେ ବହୁ ଡ୍ରେସ ପିନ୍ଧିଦେଇଥିଲେ। ଯାହା ଫଳରେ ତାଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିନଥିଲା।

34

ସୂଚନାଯୋଗ୍ୟ, ସେଥିପାଇଁ ସେ ନିଜ ସୁଟକେସରୁ ଅନେକ ଡ୍ରେସ କାଢି ପିନ୍ଧି ଦେଇଥିଲେ। ଗୋଟେ ଡ୍ରେସ ଉପରେ ଆଉ ଗୋଟେ ଡ୍ରେସ ପିନ୍ଧି ନିଜ ବ୍ୟାଗର ଓଜନ କମ୍‌ କରିଥିଲେ। ସେ ନିଜର ଏକ ଫଟୋ ମଧ୍ୟ ଫେସବୁକରେ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ପାଞ୍ଚଟି ପ୍ୟାଣ୍ଟ ଏବଂ ଅନେକ ଟି ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ।

ରୋଡ୍ରିଗେଜଙ୍କ ଏହି ପୋଷ୍ଟକୁ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ସେୟାର କରିଥିଲେ। ରୋଡି୍ରଗେଜ ଏହି ଅତିରିକ୍ତ ଶୁଳ୍କରୁ ବଞ୍ଚିବା ପାଇଁ ମଜାରେ ଏପରି କରିଥିଲେ। କିନ୍ତୁ ତାଙ୍କ ପୋଷ୍ଟକୁ ଏଭଳି ଭାଇରାଲ ହୋଇଯିବ ତାହା ତାଙ୍କୁ ଜଣାନଥିଲା।

ସୂଚନାଯୋଗ୍ୟ, ଏହି ମାମଲା କିଛି ନୂଆ ନୁହେଁ। ଏଭଳି ଏକ ଘଟଣା ଜୁଲାଇରେ ଦେଖିବାକୁ ମିଳିଥଲା। ସ୍କଟଲାଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ଅତିରିକ୍ତ ବ୍ୟାଗେଜ ଶୁଳ୍କରୁ ବଞ୍ଚିବା ପାଇଁ ଏୟାପୋର୍ଟରେ ୧୫ଟି ସାର୍ଟ ପିନ୍ଧି ଥିବାର ନଜର ଆସିଥିଲେ।