୩୯ ବର୍ଷ ଧରି କେବଳ ୨ କପ୍‌ ଚା’ ପିଇ ସୁସ୍ଥ ରହିଛନ୍ତି ମହିଳା, ଜାଣନ୍ତୁ କିପରି

ଆମେ ଦିନଟିଏ ନ ଖାଇଲେ ଆଖିରେ ଜୁଳୁଜୁଳିଆ ପୋକ ପଶିଯାଇଥାଏ । ହେଲେ ଜଣେ ମହିଳା ଦୀର୍ଘ ୩୯ ବର୍ଷ ଧରି ନଖାଇ ସୁସ୍ଥ ଅଛନ୍ତି । ୩୯ ବର୍ଷ ଧରି ଅନ୍ନର ଦାନାଟିଏ ବି ଖାଇ ନଥାନ୍ତି ଉକ୍ତ ମହିଳା । ମହିଳାଙ୍କ ନାମ ବିମଳଯଶା । ବୟସ ତାଙ୍କର ୬୨ ବର୍ଷ । ଏହି ବୟସରେ କିଛି ନଖାଇ ମଧ୍ୟ ସେ ସୁସ୍ଥ ରହିଛନ୍ତି । ସବୁଠାରୁ ବଡ଼ କଥା ଯେ ସେ ଦିନସାରା ସବୁ କାମ ବଡ଼ ସହଜରେ କରିଥାନ୍ତି । ଡାକ୍ତର ମଧ୍ୟ ତାଙ୍କୁ ଦେଖିକରି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଯେ ସେ ଏତେ ଶକ୍ତି କେଉଁଠୁ ପାଉଛନ୍ତି ।

୩୯ ବର୍ଷ ଧରି ଦିନରେ ୨ କପ ଚା’ ପିଇ ଜୀବନ କାଟନ୍ତି

ମଧ୍ୟପ୍ରଦେଶର ଇନ୍ଦୋର ରାମବାଗ ଦାଦାବାଡିରେ ଗତ ୧୮ ବର୍ଷ ଧରି ରହୁଛନ୍ତିି ସ୍ୱାଧୀ ବିମଳଯଶା । ସେ ଦିନରେ କେବଳ ଦୁଇ କପ୍‌ ଚା’ ପିଅନ୍ତି । ପ୍ରଥମ ଚା’ ସକାଳ ୭.୩୦ ରେ ଓ ଦ୍ୱିତୀୟ ଚା’ ୧୧ ଟା ୩୦ରେ । ବଡ଼ କଥା ହେଉଛି ବିନା ଖାଇବା ପିଇବାରେ ଦିନଟି କାଟନ୍ତି । ନା ତାଙ୍କର ଅଛି ଗ୍ୟାସ ନା ଏସିଡିଟି । ସେ କୁହନ୍ତି, ତ୍ୟାଗ ଓ ସଂକଳ୍ପ ସବୁଠୁ ବଡ଼ ଶକ୍ତି । ସାଧୁଙ୍କ ଜୀବନ ତ୍ୟାଗ ପାଇଁ । ଯେତେ ତ୍ୟାଗ କରିବ, ସେତେ ଆଗକୁ ବଢ଼ିବ ।

କେବେ ଠାରୁ କରିଛନ୍ତି ଏହି ସଂକଳ୍ପ

ସ୍ୱାଧୀ ବିମଳଯଶା କୁହନ୍ତି ୧୪ ମଇ ୧୯୭୫ ମସିହା ଅକ୍ଷୟ ତୃତୀୟା ଦିନ ଠାରୁ ସେ ଦୀକ୍ଷା ଗ୍ରହଣ କରିଥିଲେ । ସେ କୁହନ୍ତି ମନର ସଂକଳ୍ପ ବଢ଼ିଲେ କଠିନରୁ କଠିନ କାମ ବି ହୋଇଯାଇଥାଏ । ବିମଳଯଶାଙ୍କୁ ଏବେ ୬୨ ବର୍ଷ । ସେ ଦୀର୍ଘ ୩୯ ବର୍ଷ ଧରି କେବଳ ୨ କପ୍‌ ଚା’ ପିଇ ରହିଛନ୍ତି । କେବେ ବି ଅନ୍ନ ଗ୍ରହଣ କରି ନାହାଁନ୍ତି । ସେ ଦିନରେ ପ୍ରବଚନ ବି ଦିଅନ୍ତି ଓ ଯାତ୍ରା ବି କରନ୍ତି । ହେଲେ କେବେ ଥକି ପଡି ନାହାଁନ୍ତି । ସ୍ୱାସ୍ଥ୍ୟ ତାଙ୍କର ଏବେ ମଧ୍ୟ ଠିକ ରହିଛି । ଡାକ୍ତର ମଧ୍ୟ ଏହି ଘଟଣାକୁ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.