ବର୍ଲିନରେ ମହିଳାମାନେ ଉଲଗ୍ନ ହୋଇ ପହଁରି ପାରିବେ! ଏହି କାରଣରୁ ନଗର ପ୍ରଶାସନ ନେଲା ନିଷ୍ପତ୍ତି

ଜର୍ମାନୀର ରାଜଧାନୀ ବର୍ଲିନରେ ଏବେ ମହିଳାମାନେ ସର୍ବସାଧାରଣ ସୁଇମିଂ ପୁଲରେ ଟପଲେସ୍ ହୋଇ ପହଁରି ପାରିବେ। ଖୁବଶୀଘ୍ର ମହିଳାମାନଙ୍କୁ ପୁଲରେ ଉଲଗ୍ନ ହୋଇ ଗାଧୋଇବାକୁ ଅନୁମତି ଦିଆଯିବ।

ଜର୍ମାନୀର ରାଜଧାନୀ ବର୍ଲିନରେ ଏବେ ମହିଳାମାନେ ସର୍ବସାଧାରଣ ସୁଇମିଂ ପୁଲରେ ଟପଲେସ୍ ହୋଇ ପହଁରି ପାରିବେ। ସହରର ଅଧିକାରୀମାନଙ୍କର ନିଷ୍ପତ୍ତି ପରେ ଖୁବଶୀଘ୍ର ମହିଳାମାନଙ୍କୁ ପୁଲରେ ଉଲଗ୍ନ ହୋଇ ଗାଧୋଇବାକୁ ଅନୁମତି ଦିଆଯିବ।

କହି ରଖୁଛୁ, ଯେତେବେଳେ ଜଣେ ମହିଳାଙ୍କୁ ପୁଲରେ ଉଲଗ୍ନ ହୋଇ ଗାଧୋଇବା କାରଣରୁ ବାହାରେ ଫିଙ୍ଗି ଦିଆଯାଇଥିଲା ଏବଂ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସେହି ସମୟରେ ଏହି ରିହାତି ଦିଆଯାଇଥିଲା।

ମହିଳାଙ୍କ ଦ୍ୱାରା ମାମଲା ହେବା ପରେ ଅଧିକାରୀମାନେ ଏ କଥା ସ୍ୱୀକାର କରିଛନ୍ତି ଯେ ସେ ଭେଦଭାବର ଶିକାର ହୋଇଥିଲେ ଏବଂ ସେମାନେ କହିଛନ୍ତି, ମହିଳା ହୁଅନ୍ତୁ କି ପୁରୁଷ, ବର୍ଲିନ ପୁଲକୁ ଆସୁଥିବା ସମସ୍ତ ଲୋକଙ୍କୁ ବର୍ତ୍ତମାନ ଟପଲେସ୍ ଯିବାକୁ ଅନୁମତି ଦିଆଯିବ।

କହି ରଖୁଛୁ, ଏହିପରି ଅନ୍ୟ ଜଣେ ମହିଳା ମଧ୍ୟ ଅଭିଯୋଗ କରିଥିଲେ ଯେ ତାଙ୍କୁ ଡିସେମ୍ବରରେ ଏକ ଇନଡୋର ପୁଲରେ ପୋଷାକ ପିନ୍ଧିବାକୁ ବାଧ୍ୟ କରାଯାଇଥିଲା। ସୂଚନାଥାଉ କି, ଜର୍ମାନୀ ଏକ ଏପରି ଦେଶ, ଯିଏ କିଛି ପରିସ୍ଥିତିରେ ଜନସାଧାରଣଙ୍କ ନଗ୍ନତାକୁ ଉଭୟ ଉପଯୁକ୍ତ ଏବଂ ସୁସ୍ଥ ବୋଲି ମାନିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.