ଗାଧୁଆଘରକୁ ଦେଖି ହୋସ ଉଡ଼ିଗଲା ପତିଙ୍କର , ଚିତ୍କାର କରି ପଡିଗଲେ ତଳେ…

ଆଗ୍ରା : ଉତ୍ତରପ୍ରଦେଶ ଆଗ୍ରାରେ ଜଣେ ବ୍ୟବସାୟୀଙ୍କ ଘରେ କିଛି ଏମିତି ଘଟିଛି ଯାହାକୁ ଶୁଣିବା ପରେ ଆପଣ ହୁଏତ ନିଜ ଗାଧୁଆ ଘରୁ କିଛି ଜିନିଷ କାଢ଼ିବାକୁ ଚିନ୍ତା କରିବେ। ରବିବାର ଦିନ ବିଜନେସମ୍ୟାନ୍ ନିଜ ପତ୍ନୀଙ୍କୁ ବାରମ୍ବାର ଫୋନ କରୁଥିଲେ, କିଛି ଉତ୍ତର ନମିଳିବାରୁ ସେ ଘରକୁ ଆସିବାକୁ ବାଧ୍ୟ ହେଲେ। ଘରର କବାଟ ଭିତରପଟୁ ବନ୍ଦ ଥିବାରୁ କବାଟ ଭାଙ୍ଗି ଘରକୁ ପଶିଲେ ଓ ବାଥରୁମ ରେ ନଜର ପକାଇବା ମାତ୍ରେ ଚିତ୍କାର କରି କାନ୍ଦିବାକୁ ଲାଗିଲେ। ବାଥରୁମରେ ୨ ଝିଅଙ୍କ ସହ ପତ୍ନୀ ଙ୍କୁ ତଳେ ପଡିଥିବା ଦେଖି ପାଦତଳୁ ଖସିଗଲା ମାଟି ସତେ ଯେମିତି ଆକାଶ ଛିଣ୍ଡି ପଡିଲା ତାଙ୍କ ଉପରେ। ପୋଲିସ ପହଂଚି ଯାଞ୍ଚ ଚଳାଇଛି। ପ୍ରାଥମିକ ତଦନ୍ତରୁ ଶ୍ୱାସରୁଦ୍ଧ କାରଣ ରୁ ତିନିଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

murderବାଥରୁମ ରେ ଲାଗିଥିବା ଗୀଜର ର ଗ୍ୟାସ ସରିଯାଇଥିବା ବେଳେ , ପାଣି ଟାଙ୍କି ବି ଶୁଖିଲା ପଡିଥିଲା। ଗାଧୁଆ ଘରର ଏଗଜିଷ୍ଟାର ଫାନ ମଧ୍ୟ ବନ୍ଦ ଥିଲା। ତେବେ ଶାଶୂଙ୍କୁ ବିଶ୍ୱାସ ହେଉନି ବୋହୂ ଓ ୨ନାତୁଣୀଙ୍କ ମୃତ୍ୟୁ । ଘରେ ଏଭଳି ଘଟଣା ଦେଖି ପାଖ ପଡୋଶୀ ଓ ସମ୍ପର୍କୀୟ ଙ୍କ ଭିଡ଼ ବଢ଼ିବାରେ ଲାଗିଛି। ବିଜନେସମ୍ୟାନ୍ ରୋହିତ ଘୁପଡ଼ଙ୍କର ଘର ଆଗ୍ରା ପାଣ୍ଡବ ନଗରରେ ରହିଛି ଯେଉଁଠି ଘଟିଛି ଅଘଟଣ। ପୋଲିସ ଓ ଫରେନସିକ ଟିମ ଘରର ସାମ୍ପଲ ନେଇ ତଦନ୍ତକୁ ଜୋରଦାର କରିଛନ୍ତି। ତେବେ ଏହା ହତ୍ଯା ନା ଆଉ କିଛି ତାହା ପୋଷ୍ଟମୋଟମ ରିପୋର୍ଟ ଆସିବା ପରେ ଜଣାପଡିବ।