ଗୁଜରାଟ ଛାଡୁଛନ୍ତି ଅଣଗୁଜରାଟୀ, ୧୪ ମାସର ଶିଶୁକନ୍ୟାକୁ ବିହାରୀ ଶ୍ରମିକର ଦୁଷ୍କର୍ମ ପରେ ଉତ୍ତେଜନା

ଗୁଜରାଟ(କେନ୍ଯୁଜ୍) : ଭୟରେ ଗୁଜରାଟ ଛାଡୁଛନ୍ତି ଅଣଗୁଜରାଟୀ । ବିଶେଷକରି ବିହାର, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ଶ୍ରମିକମାନେ ଗୁଜୁରାଟ ଛାଡି ନିଜ ରାଜ୍ୟକୁ ଫେରୁଛନ୍ତି । ଆଜି ସୁଦ୍ଧା ଗୁଜୁରାଟ ଛାଡି ପଳାଇ ଯିବାକୁ ଏମାନଙ୍କୁ ଧମକ ଦିଆଯାଇଛି । ହିମ୍ମତନଗର ଜିଲ୍ଲାରେ ଜଣେ ୧୪ ମାସର ଶିଶୁକନ୍ୟାକୁ ଜଣେ ବିହାରୀ ଶ୍ରମିକ ଦୁଷ୍କର୍ମ କରିଥିବା ଜଣାପଡ଼ିବା ପରେ ଉତ୍ତେଜନା ବଢ଼ିବାରେ ଲାଗିଛି ।

police1ଅଣଗୁଜୁରାଟୀଙ୍କୁ ଗୁଜୁରାଟ ଛାଡିବାକୁ ଧମକ ସହ ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୫୦ ଜଣ ଗିରଫ ହୋଇ ସାରିଲେଣି । ଆଗକୁ ଆହୁରି ଗିରଫ ସଂଖ୍ୟା ବଢିବ ବୋଲି ଗୁଜରାଟ ପୋଲିସ ଡିଜି କହିଛନ୍ତି । ପୋଲିସ ପକ୍ଷରୁ ପାଟ୍ରୋଲିଂକୁ ବ୍ୟାପକ କରାଯାଇଛି । ଗୁଜୁରାଟର ୬ଟି ଜିଲ୍ଲାରେ ହିଂସାକାଣ୍ଡ ବ୍ୟାପିଛି । ଅଣଗୁଜୁରାଟୀଙ୍କ ଉପରେ ଆକ୍ରମଣ ନେଇ ଏହି ୬ଟି ଜିଲ୍ଲାରେ ୪୨ଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

police

ଷ୍ଟେଟ୍‌ ରିଜର୍ଭ ପୋଲିସର ୧୭ କମ୍ପାନୀ ଫୋର୍ସ ଏହି ୬ ଜିଲ୍ଲାରେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଅଣଗୁଜୁରାଟୀମାନଙ୍କୁ ଗୁଜୁରାଟ ନ ଛାଡିବା ପାଇଁ ପୋଲିସ ବୁଝାସୁଝା କରୁଛି । ଅନ୍ୟପଟେ ପୋଲିସ କାର୍ଯ୍ଯନୁଷ୍ଠାନ ସତ୍ତ୍ୱେ ବିହାର, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଶ୍ରମିକଙ୍କ ଉପରେ ଆକ୍ରମଣ ଏବଂ ଧମକ ଜାରି ରହିଛି । ଏପରିକି ଗୁଜୁରାଟବାସୀଙ୍କ ମନରେ ଏମାନଙ୍କ ବିରୋଧରେ ଘୃଣା ସୃଷ୍ଟି କରିବାକୁ ସୋସିଆଲ ମିଡିଆରେ ବିଭିନ୍ନ ମେସେଜ ଘୂରି ବୁଲୁଛି । ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିବା ନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଗୁଜୁରାଟ ପୋଲିସ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.