ରାମ ମନ୍ଦିର ନିର୍ମାଣ ପାଇଁ ମିଳୁନାହାନ୍ତି ଶ୍ରମିକ ! କାମ ସଂପୂର୍ଣ୍ଣ ହେବାକୁ ଲାଗିପାରେ ଅଧିକ ସମୟ

ଅଯୋଧ୍ୟା ରାମମନ୍ଦିର କାମ ସଂପୂର୍ଣ୍ଣ ହେବାକୁ ଆଉ ୩ ମାସ ଅଧିକ ସମୟ ଲାଗିପାରେ । ରାମମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି କି, ଏହାପୂର୍ବରୁ ଜୁନ୍ ୨୦୨୫ ସୁଦ୍ଧା ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ୨୦୦ ଶ୍ରମିକଙ୍କ ଅଭାବ ଯୋଗୁଁ କାମରେ ବିଳମ୍ବ ହେଉଛି । ମନ୍ଦିରର ଚାରିପଟେ ବ୍ୟବହାର ହେବାର ଥିବାର ପଥର ଅଯୋଧ୍ୟାରେ ପହଞ୍ଚିଛି । କିନ୍ତୁ ଶ୍ରମିକଙ୍କ ଅଭାବ ଯୋଗୁଁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି ।

ସେ କହିଛନ୍ତି, ମନ୍ଦିର ନିର୍ମାଣ ପାଇଁ ଉପଯୋଗ ହେଉଥିବା ପଥରର ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ପୂର୍ବରୁ ବ୍ୟବହୃତ ହୋଇଥିବା କିଛି ପଥର ଦୁର୍ବଳ ଏବଂ ପତଳା ରହିଛି । ତେଣୁ ଏବେ ମଜବୁତ ପଥର ବ୍ୟବହାର କରାଯାଉଛି । ଏହାଛଡା ମନ୍ଦିରରେ ଥିବା ସଭାଗାର, ସୀମା ଏବଂ ପରିକ୍ରମା ପଥର ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ୨୦୨୪ ଶେଷ ସୁଦ୍ଧା ମନ୍ଦିରର ସମସ୍ତ ମୂର୍ତ୍ତି ପ୍ରସ୍ତୁତ ହୋଇଯିବ ।

ଜୟପୁରରେ ରାମ ଦରବାର ଏବଂ ୭ ମନ୍ଦିର ସହିତ ଅନ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ମୂର୍ତ୍ତିକୁ ଡିସେମ୍ବର ଶେଷ ସୁଦ୍ଧା ଅଯୋଧ୍ୟା ଅଣାଯିବ । ଏହାପରେ ମନ୍ଦିରର କେଉଁ ସ୍ଥାନରେ ଲଗାଯିବ, ତାହାପରେ ନିର୍ଣ୍ଣୟ ନିଆଯିବ ।

ରାମମନ୍ଦିର ନିର୍ମାଣ ସମିତିର ବୈଠକ ଲଗାତାର ଜାରି ରହିଛି । ସମିତିର ସଦସ୍ୟ ଏହାକୁ ପୁରା କରିବାକୁ ଚେଷ୍ଟା କରୁଛନ୍ତି । ଆଗାମୀ କାର୍ଯ୍ୟ ଯୋଜନା ଅଧିନରେ ମନ୍ଦିରର ସଂରଚନା ଏବଂ ମୂର୍ତ୍ତି ନିର୍ମାଣ ଶେଷ ହେବା ପରେ ଖୁବଶୀଘ୍ର ସ୍ଥାନ ପାଇବ । ସମସ୍ତ ନିର୍ମାଣ କାର୍ଯ୍ୟ ସମୟ ଭିତରେ ଶେଷ ହେବ ବୋଲି ନୃପେନ୍ଦ୍ର ମିଶ୍ର କହିଛନ୍ତି । ତେବେ ଶ୍ରମିକ ଅଭାବ ଯୋଗୁଁ ସମୟସୀମା ଆଗକୁ ଯିବାର ସମ୍ଭାବନା ରହିଛି ।

You might also like