ବିଶ୍ୱକପ୍ ଫାଇନାଲ ମ୍ୟାଚର ଟିକେଟ କିଣିବା ନିଶା ଯୁବତୀଙ୍କୁ ପଡ଼ିଲା ମହଙ୍ଗା, ଆକାଉଣ୍ଟରୁ ଗଲା ୫୬ ହଜାର
ଫାଇନାଲ ମ୍ୟାଚ୍ ପାଇଁ ଟିକେଟ୍ ବୁକିଂ ମଧ୍ୟ ଶେଷ ହୋଇଛି । କିନ୍ତୁ ଟିକେଟ୍ ବିକ୍ରି ସରିଥିଲେ ମଧ୍ୟ ଫ୍ୟାନ୍ସମାନେ କୌଣସି ପ୍ରକାରେ ଷ୍ଟାଡିୟମରେ ବସି ବିଶ୍ୱକପର ଶେଷ ମ୍ୟାଚ୍ ଦେଖିବାକୁ ଚାହୁଁଛନ୍ତି । ଫ୍ୟାନ୍ସଙ୍କ ଏହି କ୍ରେଜର ଫାଇଦା ଉଠାଉଛନ୍ତି କିଛି ସ୍କାମର୍ସ ।

ରାତି ପାହିଲେ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ । ଏନେଇ ଫ୍ୟାନ୍ସଙ୍କ କ୍ରେଜ୍ ବଢ଼ି ଚାଲିଛି । ଭାରତ ଜିତିବ ବୋଲି ଫ୍ୟାନ୍ସମାନେ ବିଶ୍ୱାସ ରଖିଛନ୍ତି । ତେବେ ୧୯ ନଭେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ଫ୍ୟାନ୍ସମାନେ ଏହାକୁ ନେଇ ଖୁବ୍ ଖୁସି ଅଛନ୍ତି । ତେବେ ଫାଇନାଲ ମ୍ୟାଚ୍ ପାଇଁ ଟିକେଟ୍ ବୁକିଂ ମଧ୍ୟ ଶେଷ ହୋଇଛି । କିନ୍ତୁ ଟିକେଟ୍ ବିକ୍ରି ସରିଥିଲେ ମଧ୍ୟ ଫ୍ୟାନ୍ସମାନେ କୌଣସି ପ୍ରକାରେ ଷ୍ଟାଡିୟମରେ ବସି ବିଶ୍ୱକପର ଶେଷ ମ୍ୟାଚ୍ ଦେଖିବାକୁ ଚାହୁଁଛନ୍ତି । ଫ୍ୟାନ୍ସଙ୍କ ଏହି କ୍ରେଜର ଫାଇଦା ଉଠାଉଛନ୍ତି କିଛି ସ୍କାମର୍ସ । ଫାଇନାଲ ମ୍ୟାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀମାନେ କିଛି ବି କରିବାକୁ ପଛାଉ ନାହାନ୍ତି । ଗୋଟିଏ ଟିକେଟ କିଣିବା ପାଇଁ ହଜାର ହଜାର ଟଙ୍କା ଦେବାକୁ ବି ପ୍ରସ୍ତୁତ ଅଛନ୍ତି ଫ୍ୟାନ୍ସ । କିନ୍ତୁ ଥରେ ଭାବୁ ନାହାନ୍ତି ଏହି ଟିକେଟ ସେମାନେ ଠିକ୍ ସ୍ଥାନରୁ କିଣୁଛନ୍ତି କି ନାହିଁ । ଆଉ ଶେଷରେ ସାଇବର ଫ୍ରଡର ଶିକାର ହେଉଛନ୍ତି ।
ନିକଟରେ ହ୍ଵାଟ୍ସ ଆପ୍ ଚାଟ୍ ର ଏକ ସ୍କ୍ରିନସଟ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଜଣେ ଯୁବତୀଙ୍କ ଟିକେଟ କିଣିବା ନିଶା ତାଙ୍କୁ ଭାରି ପଡ଼ିଛି । ଭାଇରାଲ ହୋଇଥିବା ଚାଟରେ ଜଣେ ଯୁବତୀ ଟିକେଟ୍ କିିଣିବା ପାଇଁ ସ୍କାମର ସହ କଥା ହେଉଥିବାର ଦେଖାଯାଇଛି । ସେ ଟିକେଟ୍ ପାଇଁ ୫୬ ହଜାର ଟଙ୍କା ଦେଇଛନ୍ତି । କିନ୍ତୁ ପରେ ଜାଣିବାକୁ ପାଇଥିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି । ଯୁବତୀ ଜଣଙ୍କ ତାଙ୍କ ସହ ହୋଇଥିବା ଠକାମୀର ଚାଟ୍ ର ସ୍କ୍ରିନସଟ୍ ସୋସିଆଲ ମିଡିଆ X ଆକାଉଣ୍ଟରେ ସେୟାର କରିଛନ୍ତି ।
ଭାଇରାଲ ହେଉଥିବା ହ୍ଵାଟ୍ସଆପ୍ ଚାଟର ସ୍କ୍ରିନସଟରେ ଦେଖିବାକୁ ମିଳିଛି ଯେ ପ୍ରଥମେ ସ୍କାମର ତାଙ୍କୁ ଟଙ୍କା ଦେବାକୁ କହିଥିଲା । X ୟୁଜର୍ @ emotional wr3ckk ନଭେମ୍ବର ୧୭ରେ ହ୍ଵାଟ୍ସ ଆପ୍ ଚାଟର ସ୍କ୍ରିନସଟ୍ ସେୟାର୍ କରିଥିଲେ । ସେୟାର ହୋଇଥିବା ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ ମୋ ସହ ଫ୍ରଡ ହୋଇଛି ଏବଂ ବର୍ତ୍ତମାନ ମୋତେ ବହୁତ ଖରାପ ଲାଗୁଛି । ତେବେ ଯୁବତୀ ଜଣଙ୍କ ପ୍ରଥମେ ସ୍କାମର ର ଏକ ଟ୍ଵିଟ ଦେଖିଥିଲେ । ସ୍କାମର ଟିକେଟ ବିକ୍ରି କରିବାକୁ ଚାହୁଁଥିଲା । ତେଣୁ ଯୁବତୀ ତାଙ୍କ ସହ କଥା ହୋଇଥିଲେ ଆଉ ଯେତେବେଳେ ସ୍କାମର ଉପରେ ତାଙ୍କର ବିଶ୍ୱାସ ଆସିଥିଲା ସେ ସ୍କାମର ଠାରୁ ନମ୍ବର ଆଣିଥିଲେ ଏବଂ ଟିକେଟ କିଣିବା ପାଇଁ କଥା ହୋଇଥିଲେ । କିନ୍ତୁ ଟିକେଟ ପାଇଁ ଟଙ୍କା ଦେବା ପରେ ସେ ଅନୁଭବ କରିଥିଲେ ଯେ ସେ ଏକ ବଡ଼ ସ୍କାମ ର ଶିକାର ହୋଇଛନ୍ତି ଓ ତାଙ୍କର ସବୁ ଟଙ୍କା ଲୁଟ୍ ହୋଇ ଯାଇଛି ।
ସୂଚନା ଥାଉ କି ବିଶ୍ୱକପ୍ ୨୦୨୩ର ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ନଭେମ୍ବର ୧୯ରେ ଅନୁଷ୍ଠିତ ହେବାକୁ ଥିବା ଏହି ମହା ମୁକାବିଲାରେ ଭାରତ ଏବଂ ଅଷ୍ଟ୍ରେଲିଆର ଟିମ୍ ପରସ୍ପରକୁ ସାମ୍ନା କରିବେ । ଉଭୟ ଟିମ୍ ପୂର୍ବରୁ ଅହମ୍ମଦାବାଦର ଏହି ଗ୍ରାଉଣ୍ଡରେ ଅନେକ ମ୍ୟାଚ୍ ଖେଳି ସାରିଛନ୍ତି ।