ଦୁନିଆର ସବୁଠୁ ଦ୍ରୁତ ବେଗରେ ଯାଉଥିବା ଟ୍ରେନ Sanghai Maglev Train
ଦୁନିଆର ସବୁଠୁ ଦ୍ରୁତ ବେଗରେ ଯାଉଥିବା ଟ୍ରେନ Sanghai Maglev Train । ଏହା ସାଂଘାଇ ସ୍ଥିତ ପୁଡୋଙ୍ଗ ବିମାନବନ୍ଦରକୁ ଲଙ୍ଗୟାଙ୍ଗ ରୋଡ୍ ଷ୍ଟେସନ୍ ସହିତ କନେକ୍ଟ ରହିଛି । ବିଶ୍ୱର ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ ଭାବେ ଏହା ଘଣ୍ଟାପ୍ରତି ସର୍ବାଧିକ 460 କିଲୋମିଟର ବେଗରେ ଯାତ୍ରା କରିଥାଏ।

ଭାରତୀୟ ରେଳ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଆପଣ ନିଶ୍ଚିତ ଭାବରେ ଅନେକ ଥର ଟ୍ରେନ ରେ କୌଣସି ସ୍ଥାନକୁ ଯାତ୍ରା କରିଥିବେ। ତେବେ ଆମେ ଆପଣାକୁ ଆଜି ଦୁନିଆର ସବୁଠୁ ଦ୍ରୁତ ବେଗରେ ଯାଉଥିବା ଟ୍ରେନ ବିଷୟରେ କହିବୁ। ଏହାକୁ ଦୁନିଆର World Fastest Passenger Trainରେ ଲିଷ୍ଟ କରାଯାଇଛି। ଏହା କେଉଁଠି ଅଛି ଆଜି ଜାଣନ୍ତୁ ..
ବିଶ୍ୱର ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ ଚୀନ ରେ ଚାଲୁଛି । ଏହି ଟ୍ରେନ ର ନାଁ Sanghai Maglev Train । ଏହା ସାଂଘାଇ ସ୍ଥିତ ପୁଡୋଙ୍ଗ ବିମାନବନ୍ଦରକୁ ଲଙ୍ଗୟାଙ୍ଗ ରୋଡ୍ ଷ୍ଟେସନ୍ ସହିତ କନେକ୍ଟ ରହିଛି । ବିଶ୍ୱର ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ ଭାବେ ଏହା ଘଣ୍ଟାପ୍ରତି ସର୍ବାଧିକ 460 କିଲୋମିଟର ବେଗରେ ଯାତ୍ରା କରିଥାଏ। ଏହି ସୁପର ସ୍ପିଡ୍ ଟ୍ରେନ୍ 700 କିଲୋମିଟର ଯାତ୍ରା କୁ ମାତ୍ର ଦୁଇ ଘଂଟାରେ ଶେଷ କରିଥାଏ ।
Sanghai Maglev Train ଲୁହା ଚକ ସହିତ ନୁହେଁ ବରଂ ଚୁମ୍ବକୀୟ ଆକର୍ଷଣ ବା Magnetic Levitation ସହିତ ଚାଲିଥାଏ। ମାନେ ରେଳ ଧାରଣା ଉପରେ ଏକ ଚୁମ୍ବକୀୟ ପ୍ରଭାବ ରହିଛି ଯାହା ସାହାଯ୍ୟ ରେ ଏହି ଟ୍ରେନ ଗତି କରେ । ଏହା ରେଳ ଧାରଣରୁ ସାମାନ୍ୟ କିଛି ଉଚ୍ଚତାରେ ରହିଛି । ଚୁମ୍ବକୀୟ ପ୍ରଭାବ କାରଣରୁ ଟ୍ରେନ ରେଳ ଧାରଣା ରୁ ସାଇଡ ହୋଇ ଗତି କରନ୍ତି ନାହିଁ । ଏହି ଧାରଣାରେ ଟ୍ରେନ କୌଣସି ଶବ୍ଦ ନକରି ଦ୍ରୁତ ଗତିରେ ଯାତ୍ରା କରିଥାଏ।
ଏହି ମ୍ୟାଗ୍ଲେଭ୍ ଟେକ୍ନୋଲୋଜି ମୁଖ୍ୟ ରୂପେ ୟୁରୋପୀୟ ଦେଶ ଜର୍ମାନୀ ଦ୍ୱାରା ବିକଶିତ ହୋଇଛି। ପରେ ଯାହା ଚୀନ୍ ଦ୍ୱାରା ଗ୍ରହଣ କରାଯାଇଥିଲା। ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ରେଳଯାତ୍ରୀଙ୍କୁ ଯାତ୍ରାର ସୁଯୋଗ ମିଳୁଛି ଯାହାକି କମ ସମୟ ମଧ୍ୟରେ ହୋଇପାରୁଛି । ଚୀନ୍ ସାଂଘାଇ ସହରରେ ଏହି ମ୍ୟାଗ୍ଲେଭ୍ ଟ୍ରେନ୍ ଅନେକ ସମୟରୁ ଚାଲୁଛି । ଏବେ ପୁଣି ଥରେ ଚୀନ ନୂଆ ମ୍ୟାଗ୍ଲେଭ୍ ଟ୍ରେନ୍ ତିଆରି କରୁଛି ଯାହା କି ଘଣ୍ଟା ପ୍ରତି ୬୦୦ କିଲୋମିଟର ବେଗରେ ଗତି କରିବ ।ତେବେ ରେଳଯାତ୍ରୀଙ୍କୁ ଏବେ ଯାଏ ଏହାର ସୁବିଧା ମିଳିନାହିଁ । ତେଣୁ Sanghai Maglev Train ପ୍ରଥମରେ ରହିଛି।
ଏହି ଟ୍ରେନ ହେଉଛି ପ୍ରାୟ ୧୫୩ ମିଟର ଲମ୍ବା। ଯାହାର ଉଚ୍ଚତା ରହିଛି ପ୍ରାୟ ୪.୨ ମିଟର ଏବଂ ଚଉଡା ହେଉଛି ପ୍ରାୟ ୩.୭ ମିଟର। ଏପରି ରେଳଗାଡ଼ିରେ ଥରକେ ୫୭୪ ଜଣ ଯାତ୍ରୀ ଯାତ୍ରା କରିପାରିବେ। “ସାଂଘାଇ ମାଗଲେଭ ଟ୍ରେନ” ରେ ୩ ପ୍ରକାରର କୋଚ୍ ରହିଛି। ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଆଗୁଆ ଟିକେଟ ବୁକିଂ କରିବାକୁ ପଡିଥାଏ। କେବଳ ଚୀନ ଜନସାଧାରଣ ନୁହଁନ୍ତି ବରଂ ବିଦେଶୀ ମଧ୍ୟ ଏହି ଟ୍ରେନ୍ ଯାତ୍ରା ର ଉପଭୋଗ କରିବାକୁ ଏଠାକୁ ଆସିଥାନ୍ତି।