ସେନା ଦିବସରେ ଭାରତ- ପାକିସ୍ତାନ ବର୍ଡରରେ ଉଡ଼ିଲା ଦେଶର ବୃହତ୍ତମ ଖଦି ତ୍ରିରଙ୍ଗା, ଯାହାର ଓଜନ ରହିଛି ୧୪୦୦ କିଲୋ, ଫଟୋ ହେଉଛି ଭାଇରାଲ

ଜାନୁଅ।ରୀ ୧୫ ମାନେ ଗତ କାଲି ସାରା ଦେଶରେ ଭାରତୀୟ ସେନା ଦିବସ ପାଳନ ହୋଇଥିଲା । ଏହି ସମୟରେ ରାଜସ୍ଥାନର ଜେସଲମେରରେ ୨୨୫ ଫୁଟ ଲମ୍ବା ଏବଂ ୧୫୦ ଫୁଟ ଚଉଡ଼ାର ତ୍ରିରଙ୍ଗା ଉଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହେଉଛି ଏହା ଦେଶର ୩ୟ ବୃହତ୍ତମ ଖଦି ତ୍ରିରଙ୍ଗା ହୋଇଥିଲା । ଏହାର ଓଜନ ୧୪୦୦ କିଲୋ ଥିଲା । ଖଦି କ୍ୟାଟେଗୋରୀରେ ଏହା ସବୁଠୁ ବଡ଼ ତ୍ରିରଙ୍ଗା ।
ଏହାକୁ ଗ୍ରାମୋଦ୍ୟୋଗ ତିଆରି କରିଥିଲେ । ତ୍ରିରଙ୍ଗାକୁ ବ୍ୟାଟେଲ ଏକ୍ସ ଡିଭିଜନ ର ଜିଓସି ମେଜର ଜେନେରାଲ ଯୋଗେନ୍ଦ୍ର ସିଂ ଡିସପ୍ଲେ କରିଥିଲେ ।ଏହାକୁ ତିଆରି କରିବା ପାଇଁ ମୋଟ ୭୦ କାରିଗର ନିୟୋଜିତ ହୋଇଥିଲେ । ଏମାନଙ୍କୁ ମୋଟ ୪୯ ଦିନ ସମୟ ଲାଗିଥିଲା । ଏହାକୁ ଭାରତ – ପାକିସ୍ତାନ ବୋର୍ଡର ମଝିରେ ଉଡ଼ାଯାଇଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
Rajasthan | The World’s largest national flag made of ‘khadi’ was displayed along the India- Pakistan border in Jaisalmer to celebrate Indian Army Day. The flag was 225 feet long and 150 feet wide. pic.twitter.com/24EbzPdVKc
— ANI (@ANI) January 15, 2022
ଏହାକୁ ଭାରତ- ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧର ମୁଖ୍ୟ ସ୍ଥାନ ଲୋଙ୍ଗେବାଲାରେ ଉଡ଼ାଯାଇଛି । ଏଥିରେ ଅଶୋକ ଚକ୍ରର ବ୍ୟାସ ୩୦ ଫୁଟ ଚଉଡ଼ା ରହିଛି ।ଏହାପୂର୍ବରୁ ୨ ଅକ୍ଟୋବର ୨୦୨୧ରେ ପ୍ରଥମ ଖଦି ତ୍ରିରଙ୍ଗା ଉଡ଼ାଯାଇଥିଲା ।