ଆସୁଛି ଆଉ ଏକ ବଡ଼ ମହାମାରୀ : କୋଭିଡ୍ ଠାରୁ ମଧ୍ୟ ୨୦ ଗୁଣ ମାରାତ୍ମକ, ୫ କୋଟି ଲୋକଙ୍କ ଯାଇପାରେ ଜୀବନ

ଆସୁଛି ଆଉ ଏକ ବଡ଼ ମହାମାରୀ । କୋଭିଡ୍ ଠାରୁ ମଧ୍ୟ ୨୦ ଗୁଣ ମାରାତ୍ମକ । ଏଥିରେ ୫ କୋଟି ଲୋକଙ୍କ ଯାଇପାରେ ଜୀବନ ।

ଆସୁଛି ଆଉ ଏକ ବଡ଼ ମହାମାରୀ । କୋଭିଡ୍ ଠାରୁ ମଧ୍ୟ ୨୦ ଗୁଣ ମାରାତ୍ମକ । ଏଥିରେ ୫ କୋଟି ଲୋକଙ୍କ ଯାଇପାରେ ଜୀବନ । ଆଉ ଏକ ମହାମାରୀ ନେଇ ପୁଣି ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ। COVID-19 ଭଳି ଭବିଷ୍ୟତରେ ଅନ୍ୟ ଏକ ଭୟଙ୍କର ମହାମାରୀ ଆସିପାରେ ବୋଲି ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ।

ଏହି ଅଜଣା ରୋଗକୁ ଡିଜିଜ୍ X ନାମରେ ନାମିତ କରିଛନ୍ତି। ଡେଲି ମେଲ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ବ୍ରିଟେନର ଭ୍ୟାକ୍ସିନ୍ ଟାସ୍କଫୋର୍ସର ଅଧ୍ୟକ୍ଷ ଥିବା ଡେମ କେଟ୍ ବିଙ୍ଗହମ୍ ଚେତାବନୀ ଦେଇ କହିଛନ୍ତି, ପରବର୍ତ୍ତୀ ପାଣ୍ଡାମିକରେ ଅତି କମରେ ୫ କୋଟି ଲୋକଙ୍କ ଜୀବନ ଯାଇପାରେ। WHO ମଧ୍ୟ ସମ୍ଭାବ୍ୟ ମହାମାରୀକୁ “ଡିଜିଜ୍ X” ବୋଲି କହିବା ସହ ଏହା ପାଣ୍ଡାମିକ ସ୍ଥିତିରେ ଥିବା କହିଛି।

WHO ତଥ୍ୟ ଅନୁଯାୟୀ ୨୦୧୯ରେ ସୃଷ୍ଟି ହୋଇଥିବା କୋଭିଡ-୧୯ ବିଶ୍ୱରେ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଛି। “ଡିଜିଜ୍ X” କୋଭିଡ-୧୯ ତୁଳନାରେ ୨୦ ଗୁଣରୁ ଅଧିକ ମାରାତ୍ମକ ହୋଇପାରେ ବୋଲି କେଟ୍ ବିଙ୍ଗହମ୍ ଚେତାବନୀ ଦେଇଛନ୍ତି। ୧୯୧୮-୧୯ ମସିହାରେ ଆସିଥିବା ମହାମାରୀକୁ ମନେ ପକାଇ ସେ କହିଛନ୍ତି, ସେତେବେଳେ ଯେପରି ୫ କୋଟି ଲୋକଙ୍କ ଜୀବନ ଯାଇଥିଲା ଆଗକୁ ଆସୁଥିବା ଡିଜିଜ୍ ପରେ ସମାନ ପରିସ୍ଥିତି ଉପୁଜିପାରେ।

ସମାନ ପ୍ରକାର ଭୂତାଣୁ ଏବେ ବି ଆମ ବାୟୁମଣ୍ଡଳରେ ଅଛନ୍ତି। ଏସବୁ ଭୂତାଣୁ ଆହୁରି ଘାତକ ହୋଇପାରନ୍ତି ବୋଲି ସେ କହିଛନ୍ତି। ଡେମ କେଟ୍ କହିଛନ୍ତି, “କୋଭିଡରେ ଅନେକ ଲୋକ ସୁସ୍ଥ ହୋଇଥିଲେ। କିନ୍ତୁ ଡିଜିଜ୍ X ମିଳିମିଳା ଭଳି ସଂକ୍ରାମକ ଏବଂ ଇବୋଲା ଭଳି ୬୭% ମୃତ୍ୟୁହାର କରାଇପାରେ। ବିଶ୍ୱର କୌଣସି ସ୍ଥାନରେ ଏହା ଶୀଘ୍ର କିମ୍ବା ବିଳମ୍ବରେ ଆସିପାରେ ।

You might also like