ବିଶ୍ୱର ସବୁଠୁ ବୟସ୍କା ମହିଳା ଲୁସିଲ ରାଣ୍ଡନଙ୍କ ପରଲୋକ, ୧୧୮ ବର୍ଷରେ ନିଦ୍ରାରେ ହେଲା ମୃତ୍ୟୁ

ଦୁନିଆର ସବୁଠୁ ବୟସ୍କା ତଥା ଫରାସୀ ନନ୍ ଲୁସିଲ୍ ରାଣ୍ଡନଙ୍କ ଦେହାନ୍ତ ହୋଇଛି। ସେ ୧୧୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲୁସିଲ୍ ରାଣ୍ଡନ୍ ଫେବୃଆରୀ ୧୧, ୧୯୦୪ରେ ଦକ୍ଷିଣ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ । ତେବେ ଦୁନିଆର ସବୁଠାରୁ ବୟସ୍କା ବ୍ୟକ୍ତିଙ୍କର ଦେହାନ୍ତ ହୋଇଛି ବୋଲି ପ୍ରବକ୍ତା ଡେଭିଡ ତାବେଲ୍ଲା କହିଛନ୍ତି। ନର୍ସିଂହୋମରେ ଶୋଇଥିବା ସମୟରେ ରାଣ୍ଡନଙ୍କ ନିଦ୍ରାରେ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି ।

ମୁଖପାତ୍ର କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ । ପୂର୍ବରୁ ରାଣ୍ଡନଙ୍କ ଭାଇଙ୍କର ଦେହାନ୍ତ ହୋଇଛି, ଆଉ ଭାଇଙ୍କର ମୃତ୍ୟୁ ପରେ ତାଙ୍କର ଏଭଳି ମୃତ୍ୟୁ ନିଶ୍ଚିତପକ୍ଷେ ମୁକ୍ତି ଭଳି । ଦକ୍ଷିଣ ଆଲାସେ ସହରରେ ରହୁଥିବା ତିନି ଭାଇଙ୍କ ମଧ୍ୟରେ ରାଣ୍ଡନ୍ ଏକମାତ୍ର ଝିଅ ଥିଲେ ଏବଂ ଏକ ପ୍ରୋଟେଷ୍ଟାଣ୍ଟ ପରିବାରରେ ବଢିଥିଲେ । ୨୦୨୧ ମସିହାରେ, ସେ କୋଭିଡ –୧୯ କବଳରୁ ବଞ୍ଚିଥିଲେ । ରାଣ୍ଡନଙ୍କ ନର୍ସିଂହୋମରେ ୮୧ ଜଣ ଲୋକ ସଂକ୍ରମିତ ହୋଇଥିଲେ। ସୂଚନା ଅନୁଯାୟୀ, ସେ ଅନ୍ଧ ଥିଲେ ଏବଂ ଏକ ହ୍ୱିଲ୍ ଚେୟାର ଉପରେ ନିର୍ଭର ଥିଲେ, ତଥାପି ସେ ତାଙ୍କଠାରୁ ବହୁତ ଛୋଟ ଏବଂ ଅନ୍ୟ ବୃଦ୍ଧଙ୍କ ଯତ୍ନ ମଧ୍ୟ ନେଉଥିଲେ ।


ଏହାପୂର୍ବରୁ, ଏପ୍ରିଲ୍ ୨୦୨୨ରେ, ଜାପାନର ଦୁନିଆର ବୟସ୍କ ବ୍ୟକ୍ତି କେନ୍ ତାନାକାଙ୍କର ଦେହାନ୍ତ ହୋଇଥିଲା। ୧୧୯ ବର୍ଷ ବୟସରେ କେନ୍ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କେନ୍ ୨ ଜାନୁଆରୀ ୧୯୦୩ ରେ ଜାପାନର ଦକ୍ଷିଣ-ପଶ୍ଚିମ ଫୁକୁୋକା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ୨୦୧୯ ରେ ଗିନିଜ ୱାର୍ଲ୍ଡ ରେକର୍ଡରେ କେନଙ୍କ ନାମ ଲେଖାଯାଇଥିଲା । ତାନାକା ସେତେବେଳେ ୧୧୬ ବର୍ଷ ହୋଇଥିଲା । କେନ୍ ୧୯୨୨ ରେ ହିଡୋ ତାନାକାଙ୍କୁ ବିବାହ କରିଥିଲେ । ସେ ଚାରି ସନ୍ତାନ ଜନ୍ମ ଦେଇଥିବା ବେଳେ ପଞ୍ଚମ ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।

ଗିନିଜରେ ସବୁଠାରୁ ବୟସ୍କ ଜୀବନ୍ତ ବ୍ୟକ୍ତି ହେଉଛନ୍ତି ଫରାସୀ ମହିଳା ଜାନେ ଲୁଇସ୍ କାଲମେଣ୍ଟ । ଜିନ୍ ୧୯୯୭ ରେ ଜନ୍ମଗ୍ରହଣ କରି ୧୨୨ ବର୍ଷ ୧୬୪ ଦିନ ବୟସରେ ମୃତ୍ୟୁବରଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.