ଦୁନିଆର ପ୍ରଥମ ମହିଳା ବ୍ୟକ୍ତିଗତ ଅଙ୍ଗ ସଂଗ୍ରହାଳୟ! ନଭେମ୍ବରରେ ହେବ ଉଦ୍‌ଘାଟନ, ଜାଣନ୍ତୁ ରୋଚକ ତଥ୍ୟ

ଲଣ୍ଡନରେ ଏକ ବିଚିତ୍ର ମ୍ୟୁଜିୟମ୍‌ ଖୋଲିବାକୁ ଯାଉଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ଦୁନିଆର ଏହି ପ୍ରଥମ ମହିଳା ପ୍ରାଇଭେଟ୍‌ ପାର୍ଟସ୍‌ ମ୍ୟୁଜିୟମ୍‌ର ନାଁ ହେଉଛି ‘ଭଜାଇନା ମ୍ୟୁଜିୟମ୍‌’। ଏହା ଆସନ୍ତା ନଭେମ୍ବର ୧୬ରେ ଉଦ୍‌ଘାଟନ ହେବ। ଏହାର ପ୍ରତିଷ୍ଠାତା ହେଉଛନ୍ତି ଫ୍ଲୋରେନ୍ସ ସେକ୍ଟର। ଖବର ମୁତାବକ, ଏହି ମ୍ୟୁଜିୟମ୍‌କୁ ପ୍ରତିଷ୍ଠା କରିବା ପାଇଁ ପାଖାପାଖି ୪୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

vag

ଫ୍ଲୋରେନ୍ସ ଏହି ପଇସାକୁ କ୍ରାଉଡ୍‌ଫଣ୍ଡିଙ୍ଗ୍‌ ଜରିଆରେ ଏକତ୍ର କରିଥିଲେ। ସୋସିଆଲ ମିଡିଆରେ ଏହାର ଖୁବ୍‌ ପ୍ରଚାର ପ୍ରସାର କରାଯାଇଥିଲା। ମ୍ୟୁଜିୟମ୍‌ର ନିଜର ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଏବଂ ୱେବ୍‌ସାଇଟ ମଧ୍ୟ ରହିଛି। ଫ୍ଲୋରେନ୍ସ କହିଛନ୍ତି, ଶରୀରର ପ୍ରାଇଭେଟ୍‌ ପାର୍ଟକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଏହି ମ୍ୟୁଜିୟମ୍‌ ଖୋଲାଯାଇଛି। ସେ ଏହାକୁ ବନାଇବାକୁ ୨୦୧୭ରେ ଚିନ୍ତା କରିଥିଲେ। ସେତେବେଳେ ତାଙ୍କୁ ପତ୍ତା ଲାଗିଥିଲା ଯେ ପୁରୁଷଙ୍କ ପ୍ରାଇଭେଟ୍‌ ପାର୍ଟସ୍‌କୁ ନେଇ ମଧ୍ୟ ଆଇସ୍‌ଲ୍ୟାଣ୍ଡରେ ଏକ ମ୍ୟୁଜିୟମ୍‌ ରହିଛି। ତେବେ ସେଠାରେ ପଶୁମାନଙ୍କ ପ୍ରାଇଭେଟ୍‌ ପାର୍ଟସ୍‌ ମଧ୍ୟ ଡିସ୍‌ପ୍ଲେ କରାଯାଇଛି। ଏହା ବିଷୟରେ ଜାଣିବା ପରେ ସେ ମହିଳାଙ୍କର ଏକ ମ୍ୟୁଜିୟମ୍‌ ବନେଇବାକୁ ସ୍ଥିର କରିଥିଲେ।

girls2

ଏହାସହ ପଢ଼ନ୍ତୁ: ଏହି ଦେଶର ଯୁବତୀମାନଙ୍କୁ ବିବାହ କଲେ ଆପଣ ହୋଇପାରିବେ ଲକ୍ଷପତି! କିନ୍ତୁ ଜାଣନ୍ତୁ କ’ଣ ରହିଛି ପ୍ରକୃତ ସତ?

ଫ୍ଲୋରେନ୍ସ କହିଥିଲେ, ଶରୀରର ବ୍ୟକ୍ତିଗତ ଅଙ୍ଗଗୁଡ଼ିକ ବିଷୟରେ ଯେଉଁଠି ଲୋକେ କିଛି କହିବାକୁ ଲଜ୍ଜାବୋଧ କରିଥାଆନ୍ତି, ଏଠି ଏହା ବିଷୟରେ କଥା ହୋଇପାରିବେ। ଏହି ମ୍ୟୁଜିୟମରେ ମହିଳାଙ୍କଠାରେ ଦେଖାଦେଉଥିବା ବିଭିନ୍ନ ପ୍ରକାର ରୋଗ ଏବଂ ଶାରୀରିକ ଗଠନ ବିଷୟରେ ମଧ୍ୟ ଲୋକେ ତଥ୍ୟ ଜାଣିପାରିବେ।

You might also like