ବହିର ଓଜନ ୧୪୨୦ କିଲୋ, ପୃଷ୍ଠା ଓଲଟାଇବା ପାଇଁ ଦରକାର ହୁଅନ୍ତି ୬ ଜଣ ମଣିଷ

ଉତ୍ତର ହଙ୍ଗେରୀର ଏକ ଛୋଟ ଗାଁ ସିନପତ୍ରୀରେ ବାସ କରୁଥିବା ବେଲା ବର୍ଗା ନିଜ ହାତରେ ଏକ ବହି ପ୍ରସ୍ତୁତ କରିଛନ୍ତି । ତେବେ ଏହା ଦୁନିଆର ସବୁଠାରୁ ବଡ ବହି ବୋଲି ଦାବି କରାଯାଇଛି । ୭୧ ବର୍ଷୀୟ ବେଲା ଏହାକୁ ପ୍ରସ୍ତୁତ କରିବା ପାଇଁ ପାରମ୍ପରିକ ବୁକ ବାଇଣ୍ଡିଙ୍ଗ ଟେକନିକର ବ୍ୟବହାର କରିଛନ୍ତି । ୪.୧୮ ମିଟର ଲମ୍ବା ଓ ୩.୭୭ ମିଟର ଚୌଡା ଏହି ବହିରେ ରହିଛି ସମୁଦାୟ ୩୪୬ଟି ପେଜ ଓ ଏହାର ଓଜନ ରହିଛି ୧୪୨୦ କିଲୋଗ୍ରାମ । ତେବେ ଏହି ବହିରେ ଜଳବାୟୁ, ଗୁମ୍ଫା ଓ ଭୁଭାଗ ସଂରଚନା ବିଷୟରେ ସୂଚନା ଦିଆଯାଇଛି ।

ବେଲାଙ୍କ କହିବା ଅନୁଯାୟୀ ଏହି ବହି କେବଳ ତାର ଆକାର କାରଣରୁ ନୁହେଁ ବରଂ ଏଥିରେ ବ୍ୟବହାର କରାଯାଇଥିବା ଟେକନିକ କାରଣରୁ ମଧ୍ୟ ଚର୍ଚ୍ଚାରେ ରହିଛି । ଏହି ପୁସ୍ତକ ଅନ୍ୟସବୁ ପୁସ୍ତକଠାରୁ ଭିନ୍ନ ଅଟେ । ଏଥିରେ କାଠ ଟେବୁଲ ଏବଂ ଆର୍ଜେଣ୍ଟିନାରୁ ମଗାଯାଇଥିବା ଗାଈର ଚମଡା ବ୍ୟବହାର କରାଯାଇଛି । ଏହାର ପୃଷ୍ଠାକୁ ପାଲଟାଇବା ପାଇଁ ୬ ଜଣ ଲୋକଙ୍କର ଆବଶ୍ୟକତା ପଡିଥାଏ । ଏହି ଲୋକମାନେ ଏକ ମେସିନ ଓ ସ୍କୃ ସାହାଯ୍ୟରେ ଏପରି କରିପାରିଥାନ୍ତି ।

Image result for the-worlds-largest-book-it-has-been-prepared-by-a-71-year-old-man-with-his-own-hands-small-village-in-northern-hungary"

ଏହି ବହିର ଏକ ଛୋଟ କପି ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ଏହାକୁ ସ୍ଥାନିତ କରାଯାଇପାରିବ । ତେବେ ଏହି କପିର ଓଜନ ରହିଛି ୧୧ କିଲୋଗ୍ରାମ । ଏହି ଦୁଇଟି ଯାକ ବହି ଏକା ସହ ପ୍ରସ୍ତୁତ କରାଯାଇଥିଲା ।

You might also like