ଗ୍ଲୋବାଲ ୱାର୍ମିଂ ବୃଦ୍ଧିର ସଙ୍କେତ, ଆଣ୍ଟାର୍କଟିକାରେ ଭାଙ୍ଗିଲା ବିଶ୍ୱର ସବୁଠାରୁ ବଡ଼ ହିମଖଣ୍ଡ

କେନ୍ୟୁଜ୍(ବ୍ୟୁରୋ): ଆଣ୍ଟାର୍କଟିକାରେ ଭାଙ୍ଗିଲା ବିଶ୍ୱର ସବୁଠାରୁ ବଡ଼ ହିମଖଣ୍ଡ। ବର୍ତ୍ତମାନ ଏହା ୱେଡଲ ସାଗରରେ ଭାସୁଛି। ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍‌ସୀ ଏହା ସ୍ପଷ୍ଟ କରିଛି । A-76 ନାଁରେ ପରିଚିତ ଏହି ହିମଖଣ୍ଡର ପରିସୀମା ୪ ହଜାର ୩୨୦ ବର୍ଗ କିଲୋମିଟର। ମଜୋର୍‌କାର ସ୍ପାନିସ ଆଇଲାଣ୍ଡଠାରୁ ବଡ ଏହି ହିମଖଣ୍ଡ । ରୋନେ ଆଇସ୍‌ ସେଲ୍‌ଫର ପଶ୍ଚିମପଟୁ ଏହି ହିମଖଣ୍ଡ ଭାଙ୍ଗିଛି। ପ୍ରଥମେ ଏହା ଠାବ କରିଥିଲା ବ୍ରିଟିସ ଆଣ୍ଟାର୍କଟିକା ସର୍ଭେ। କୋପରନିକସ ସାଟେଲାଇଟ୍‌ ଚିତ୍ର ଦ୍ୱାରା ଏହା ସୁନିଶ୍ଚିତ କରାଯାଇଛି। ଏହି ହିମଖଣ୍ଡ ପୂର୍ବରୁ A-23A ବିଶ୍ୱର ସବୁଠାରୁ ବଡ଼ ହିମଖଣ୍ଡ ଥିଲା। ଏହାର ପରିସୀମା ଥିଲା ୩ ହଜାର ୮୮୦ ବର୍ଗ କିଲୋମିଟର ।

ଗତବର୍ଷ ନଭେମ୍ବର ମାସରେ ଏହି ହିମଖଣ୍ଡ ଦକ୍ଷିଣ ଆଟଲାଣ୍ଟିକ ଆଇଲାଣ୍ଡରେ ଧକ୍କାହେବା ଆଶଙ୍କା ସୃଷ୍ଟି କରିଥିଲା। ଯେଉଁଠି ଶହଶହ ସଂଖ୍ୟାରେ ପେଙ୍ଗୁଇନ ଓ ସିଲ ରୁହନ୍ତି। ବିଶ୍ୱ ତାପନ ଯୋଗୁଁ ହିମଖଣ୍ଡ ଭାଙ୍ଗୁଛି। ଉନବିଂଶ ଶତାଦ୍ଧୀ ପରଠାରୁ ପୃଥିବୀର ସ୍ଥଳଭାଗ ତାପମାତ୍ର ୧ ଡିଗ୍ରୀ ବୃଦ୍ଧି ପାଇଛି। ଏହାଫଳରେ ମରୁଡି ତୀବ୍ରତା ବୃଦ୍ଧି ପାଇବା ସହ ବାତ୍ୟା ସଂଖ୍ୟା ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.