ଅଷ୍ଟ୍ରେଲିଆରେ ଜନ୍ମ ନେଲା ବିଶ୍ୱର ଲୁପ୍ତପ୍ରାୟ ନାରଙ୍ଗୀ ରଙ୍ଗର ମାଙ୍କଡ଼

ବିଶ୍ୱର ସବୁଠାରୁ ଲୁପ୍ତପ୍ରାୟ ନାରଙ୍ଗୀ ରଙ୍ଗର ମାଙ୍କଡ଼ ଅଷ୍ଟ୍ରେଲିଆର ଚିଡ଼ିଆଖାନାରେ ଜନ୍ମଗ୍ରହଣ କରିଛି। ଗତ ସପ୍ତାହରେ ସିଡ଼୍‍ନୀର ତାରୋଙ୍ଗା ଚିଡ଼ିଆଖାନାରେ ଏହି ଫ୍ରାନ୍‌କୋଇସ୍‌ ମାଙ୍କଡ଼ ଜନ୍ମ ହୋଇଛି। ଚିଡ଼ିଆଖାନା କର୍ତ୍ତୃୃପକ୍ଷଙ୍କ ସୂଚନାନୁସାରେ ଏହା ଏକ ପୁରୁଷ ମାଙ୍କଡ଼। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନାମକରଣ କରାଯାଇନାହିଁ। ଏହି ପ୍ରଜାତିର ମାଙ୍କଡ଼ କେବଳ ଚୀନ୍‌ ଓ ଭିଏତନାମର ଘନ ଜଙ୍ଗଲରେ ଦେଖିବାକୁ ମିଳନ୍ତି। କିନ୍ତୁ ଧୀରେ ଧୀରେ ବର୍ଦ୍ଧିତ ଜନସଂଖ୍ୟା ଯୋଗୁ ଏମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇଗଲାଣି।

ଏହାସହ ପଢ଼ନ୍ତୁ: ଏପରି ହୋଇଥିଲା ବାଲାକୋଟରେ ଏୟାରଷ୍ଟ୍ରାଇକ୍, ଏୟାରଫୋର୍ସ ଜାରି କଲା ଭିଡିଓ

ବରିଷ୍ଠ ଚିଡ଼ିଆଖାନା ଅଧିକାରୀ ଜୈନ୍‌ ମାର୍ଶଲ କହିଛନ୍ତି ଯେ, ଏହି ଫ୍ରାନ୍‌କୋଇସ୍‌ ପ୍ରଜାତିର ମାଙ୍କଡ଼ ଖୁବ୍‌ ଦୁର୍ଲ୍ଲଭ ହୋଇଥିବାରୁ ଏମାନେ ଜଙ୍ଗଲରେ ଦେଖାଯିବା କୌଣସି ଆଶ୍ଚର୍ଯ୍ୟଠାରୁ କମ୍‌ ନୁହେଁ, ସେହିପରି ଏହି ପ୍ରଜାତି ମାଙ୍କଡ଼ଙ୍କ ଶିଶୁଙ୍କୁ ଦେଖିବା ଅସମ୍ଭବ ସହ ସମାନ। ଚିଡ଼ିଆଖାନା ଅଧିକାରୀଙ୍କ କହିବାନୁସାରେ ବର୍ତ୍ତମାନ ମାତ୍ର ୩ ହଜାର ପ୍ରଜାତିର ଏହି ନାରଙ୍ଗୀ ରଙ୍ଗର କେଶ ଥିବା ମାଙ୍କଡ଼ ପୃଥିବୀପୃଷ୍ଠରେ ଦେଖିବାକୁ ମିଳୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.