ପାକିସ୍ତାନୀ ସେନାର ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ, ବେଲୁଚିସ୍ତାନରୁ ମିଳିଲା ଭଗ୍ନାବଶେଷ; ୬ ସେନା ଅଧିକାରୀଙ୍କ ମୃତ୍ୟୁ

ପାକିସ୍ତାନୀ ସେନା ହେଲିକାପ୍ଟରର ଭଗ୍ନାବଶେଷ ମିଳିଛି। ଏହି ହେଲିକାପ୍ଟର ଉତ୍ତର-ପଶ୍ଚିମ କ୍ଷେତ୍ର ବେଲୁଚିସ୍ତାନରେ ସୋମବାର ରାତିରୁ ନିଖୋଜ ହୋଇ ଯାଇଥିଲା, ଯାହାର ଭଗ୍ନାବଶେଷ ଲାସବେଲା ଜିଲ୍ଲାର ମୁସା ଗୋଥ୍‌ ନିକଟରେ ମିଳିଛି। ସୂଚନା ମୁତାବକ, ଦୁର୍ଘଟଣାରେ ୬ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସମସ୍ତଙ୍କ ମୃତଦେହ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଛି।

ଇଣ୍ଟର ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍ସ ଅନୁସାରେ, ଖରାପ ପାଣିପାଗ ଯୋଗୁ ଏହି ଦୁର୍ଘଟଣା ଘଟିଛି। ସେପଟେ ପାକିସ୍ତାନ ସେନାର ମିଡିଆ ଓ୍ଵିଙ୍ଗ୍‌ କହିଛି ଯେ ଦୁର୍ଘଟଣାରେ ଲେଫ୍ଟନାଣ୍ଟ ଜେନେରାଲ ସରଫରାଜ ଅଲ୍ଲୀଙ୍କ ସମେତ ୬ ସୈନ୍ୟ ଅଧିକାରୀଙ୍କ ମୃତ୍ୟୁ ହୋଇଛି।

army2
photo: global village space

ଏହି ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍‌ କହିଛନ୍ତି, ପାକିସ୍ତାନୀ ସେନା ଯବାନମାନଙ୍କ ମୃତ୍ୟୁରେ ଦେଶ ବହୁତ ଦୁଃଖୀ। ଯବାନମାନେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍‌ ପ୍ରଦାନ କରୁଥିଲେ। ଦେଶ ଏହି ମାଟିର ପୁଅମାନଙ୍କ ପାଇଁ ସର୍ବଦା ଋଣୀ ରହିବ। ଏହି ପରିପ୍ରେକ୍ଷୀରେ ପିଏମ୍‌ ସରିଫ୍‌ ଶୋକସନ୍ତପ୍ତ ପରିବାର ପ୍ରତି ଗମ୍ଭୀର ସମବେଦନା ଜ୍ଞାପନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.