ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲା: ପଦରୁ ହଟିବେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି

କେନ୍ୟୁଜ୍(ବ୍ୟୁରୋ):ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଆକ୍ସନ ମୋଡକୁ ଆସିଛନ୍ତି କେନ୍ଦ୍ର ସରକାର । ପଦରୁ ହଟିପାରନ୍ତି ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜଭୂଷଣ ଶରନ ସିଂ । ତାଙ୍କୁ ଏଥିରୁ ଦୂରେଇ ରହିବା ପାଇଁ କୁହାଯାଇଛି । ଏହି ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ଏଥିସହ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗର ତଦନ୍ତ କରିବ ଏକ କମିଟି । ଭାରତୀୟ ଅଲମ୍ପିକ ଆସୋସିଏସନ୍‌ ବା IOA ତଦନ୍ତ କମିଟି ଗଠନ କରିଛି ।

ମାସେ ଭିତରେ ରିପୋର୍ଟ ଦେବ କମିଟି । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗରେ WFI ସଭାପତି ବ୍ରିଜଭୂଷଣ ଶରନ ସିଂଙ୍କ ବହିଷ୍କାର ଦାବିରେ ୩ ଦିନ ଧରି ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନ କରିଥିଲେ ଦେଶର ପଦକ ବିଜେତା ରେସ୍‌ଲର । ବ୍ରିଜଭୂଷଣ ଶରଣ ସିଂ ଓ କିଛି କୋଚ୍‌କୁ ବହିଷ୍କାର ପାଇଁ ସେମାନେ ଜିଦ୍‌ ଧରି ବସିଥିଲେ । ଆନ୍ଦୋଳନରେ ଭିନେଶ ଫୋଗଟ, ସାକ୍ଷୀ ମଲିକ, ରବି କୁମାର ଦାହିୟା, ଦୀପକ ପୁନିଆ, ବଜରଙ୍ଗ ପୁନିଆ ପ୍ରମୁଖ ସାମିଲ ହୋଇଥିଲେ । କୁସ୍ତିଯୋଦ୍ଧାଙ୍କୁ ଭେଟି ଆଲୋଚନା କରିଥିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରା ଅନୁରାଗ ଠାକୁର । ଏହାପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.