ପୁଣି ଚର୍ଚ୍ଚାରେ ଉହାନ୍‌ ଲ୍ୟାବ୍‌ ଲିକ୍‌ ଥିଓରି

ପୁଣି ଚର୍ଚ୍ଚାରେ ଉହାନ୍‌ ଲ୍ୟାବ୍‌ ଲିକ୍‌ ଥିଓରି । କରୋନା ଭାଇରସ ଲ୍ୟାବ୍‌ ଲିକ୍‌ ଥିଓରୀ ଅମୂଳକ ନୁହେଁ । ପୁର୍ବରୁ ଚୀନ୍‌ ଲାବୋରୋଟୋରୀରୁ ଏହି ଭୂତାଣୁ ଲିକ୍‌ ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ଏବଂ ପରେ ଯାହାକୁ ଖଣ୍ଡନ କରାଯାଇଥିଲା, ତା ସପକ୍ଷରେ ଏବେ ମତ ସୁଦୃଢ ହେବାରେ ଲାଗିଛି । ଲ୍ୟାବ୍‌ ଲିକ୍‌ ଥିଓରିକୁ ଖଣ୍ଡନ କରି ଯେଉଁ ୨୭ଜଣ ବୈଜ୍ଞାନିକ ଲାନସେଟ୍‌ ମେଡିକାଲ ଜର୍ନାଲରେ ଲେଖିଥିଲେ, ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ଉହାନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି ଗବେଷକଙ୍କ ସହ ସମ୍ପର୍କ ଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । କରୋନା ଭୂତାଣୁ ବନ୍ୟଜନ୍ତୁ ବା ପକ୍ଷୀଙ୍କ ଠାରୁ ଆସିଥିବା ଅନେକ ଦେଶର ବୈଜ୍ଞାନିକ କହିଛନ୍ତି ।

ଆମେରିକାର ଏକ ଗୁଇନ୍ଦା ତଥ୍ୟ ଅନୁଯାୟୀ, ୨୦୧୯ରେ ଭୂତାଣୁ ଦ୍ୱାରା ପ୍ରଥମେ ଉହାନ ଇନଷ୍ଟିଚ୍ୟୁଟ୍‌ର ୩ଜଣ ଗବେଷକ ସଂକ୍ରମିତ ହୋଇଥିଲେ । ପରେ ବାଇଡେନ  ପ୍ରଶାସନ ଟ୍ରମ୍ପଙ୍କ ଲ୍ୟାବ୍‌ ଲିକ୍‌ ଥିଓରି ଉପରେ ଚାଲିଥିବା ତଦନ୍ତକୁ ବନ୍ଦ କରିଦେଇଥିଲେ । ସେପଟେ ଭୂତାଣୁଙ୍କ ଉତ୍ପତି ନେଇ ଏକ ନୁଆ ରିପୋର୍ଟ ରାଷ୍ଟ୍ରପତିଙ୍କ ଟେବୁଲରେ ଉପସ୍ଥାପିତ ହେବାକୁ ଯାଉଛି । ବାଇଡେନ୍‌ ମେ ମାସରେ ଏକ ତଦନ୍ତକାରୀ ଦଳକୁ ୯୦ ଦିନ ସମୟ ଦେଇଥିଲେ । ତେବେ ଏ ସପ୍ତାହରେ ଯେଉଁ ରିପୋର୍ଟ ଆସିବ, ତାହା ଉହାନ୍‌ ଲ୍ୟାବ୍‌ ଲିକ୍‌ ଥିଓରିକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.