ବଢ଼ିବ ତ୍ରିକୋଣୀୟ ଉତ୍ତେଜନା, ମସ୍କୋ ଯାଉଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ବଢ଼ିବ ତ୍ରିକୋଣୀୟ ଉତ୍ତେଜନା। ଚୀନ-ଆମେରିକା-ରୁଷ । ଆସନ୍ତା ସପ୍ତାହରେ ମସ୍କୋ ଯାଉଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ପୁଟିନଙ୍କୁ ଭେଟିବେ । ଆଲୋଚନାର ଫୋକସ ରହିବ ୟୁକ୍ରେନ ଯୁଦ୍ଧ । ଚୀନ କହିଛି ଶାନ୍ତିର ଦୂତ ହୋଇ ମସ୍କୋ ଯିବେ ଜିନପିଙ୍ଗ ।

ବଢ଼ିବ ତ୍ରିକୋଣୀୟ ଉତ୍ତେଜନା। ଚୀନ-ଆମେରିକା-ରୁଷ । ଆସନ୍ତା ସପ୍ତାହରେ ମସ୍କୋ ଯାଉଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ପୁଟିନଙ୍କୁ ଭେଟିବେ । ଆଲୋଚନାର ଫୋକସ ରହିବ ୟୁକ୍ରେନ ଯୁଦ୍ଧ । ଚୀନ କହିଛି ଶାନ୍ତିର ଦୂତ ହୋଇ ମସ୍କୋ ଯିବେ ଜିନପିଙ୍ଗ ।

ପାଶ୍ଚାତ୍ୟ ଆଖିରେ କିନ୍ତୁ ଏହା ମସ୍କୋକୁ ବେଜିଂର ସମର୍ଥନ । ରୁଷକୁ ସୁହାଉଥିବା ଭଳି ଚୀନର ପିସ୍‌ ପ୍ଲାନକୁ ପୂର୍ବରୁ ସମାଲୋଚନା କରିଛି ପାଶ୍ଚାତ୍ୟ । ସେପଟେ ପୁଟିନ କହିଛନ୍ତି ରୁଷ ପାଇଁ ଖାତ ଖୋଳିଥିବା ପାଶ୍ଚାତ୍ୟ ରାଷ୍ଟ୍ର ନିଜେ ସେହି ଖାତରେ ପଡ଼ିବେ ।

ତାଇଓ୍ଵାନକୁ ନେଇ ଚୀନ ଆମେରିକା ମୁହାଁମୁହିଁ । ୟୁକ୍ରେନ ଯୁଦ୍ଧରେ ରୁଷ-ଆମେରିକା ସାମ୍ନାସାମ୍ନି। ଏତିକି ବେଳେ ମସ୍କୋ ଯାଉଛନ୍ତି ସି ଜିନପିଙ୍ଗ। ଆସନ୍ତା ସପ୍ତାହରେ ଚୀନ ରାଷ୍ଟ୍ରପତିଙ୍କ ମସ୍କୋ ଗସ୍ତ। ପୁଟିନଙ୍କ ସହ ଓ୍ଵାନ-ଅନ-ଓ୍ଵାନ ସାକ୍ଷାତ। ମଙ୍ଗଳବାର କଥା ହେବେ ଦୁଇ ଶକ୍ତିଶାଳୀ ରାଷ୍ଟ୍ରର ସୁପ୍ରିମ ନେତା। ପୁଟିନ ଓ ଜିନପିଙ୍ଗଙ୍କ ମଧ୍ୟରେ କି ଆଲୋଚନା ହେବ ତାର ସବିଶେଷ ଜାରି କରିଛି କ୍ରେମଲିନ।

ମୁଖ୍ୟ ପ୍ରସଙ୍ଗ ରହିବ ୟୁକ୍ରେନ ଯୁଦ୍ଧ। ରୁଷର ୟୁକ୍ରେନ ଆକ୍ରମଣ ପରେ ପ୍ରଥମ ଥର ପାଇଁ ମସ୍କୋ ଗସ୍ତ କରୁଛନ୍ତି ଚୀନ ରାଷ୍ଟ୍ରପତି। ଯୁଦ୍ଧକୁ ନେଇ ରୁଷକୁ ନୈତିକ ସମର୍ଥନ ଦେଇ ଆସୁଥିଲା ଚୀନ। ଏବେ ଜିନପିଙ୍ଗଙ୍କ ମସ୍କୋ ଗସ୍ତ ରୁଷକୁ ଚୀନର ସମର୍ଥନର ସଙ୍କେତ ବୋଲି କୁହାଯାଉଛି। ଦୁଇ ଦେଶ ମଧ୍ୟରେ ଏହାକୁ ସହଯୋଗର ନୂଆ ମାଇଲଖୁଣ୍ଟ ଭାବେ ଦେଖୁଛି ୟୁରୋପ।

Leave A Reply

Your email address will not be published.