ପୋଲିସ କଥାକୁ ବେଖାତିର: ଅଣ୍ଡରପାସରେ ଭରିଥିବା ପାଣିରେ ନେଲେ ଗାଡି, ଚାଲିଗଲା ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ

ହରିୟାଣାର ପୁରୁଣା ଫରିଦାବାଦ ଅଣ୍ଡରପାସ୍‌ରେ ପାଣି ଭରିବା ଯୋଗୁଁ ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅଣ୍ଡରପାସ୍‌ରେ ପାଣି ଭରିବା ଯୋଗୁଁ ଏକ ମହିନ୍ଦ୍ର ଏସୟୁଭି ୭୦୦ ଗାଡି ବୁଡି ରହିଥିଲା । ଫଳରେ ଏଥିରେ ଥିବା ଏକ ବ୍ୟାଙ୍କର ମ୍ୟାନେଜର ଏବଂ କ୍ୟାଶିୟରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିଛି । ପୁଣ୍ୟଶ୍ରେୟ ଶର୍ମା ଏବଂ ବିରାଜ ଦ୍ୱିବେଦୀ ବୋଲି ଜଣାପଡିଛି । ସେମାନେ ଗୁରୁଗ୍ରାମକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି ।

ଖବର ମୁତାବକ, ପ୍ରବଳ ବର୍ଷା ଯୋଗୁଁ ଅଣ୍ଡର ପାସ୍‌ରେ ପାଣି ଭରି ହୋଇଯାଇଥିଲା । ଆଉ ବ୍ୟାଙ୍କ ମ୍ୟାନେଜର ବର୍ଷା ଯୋଗୁଁ କ୍ୟାଶିୟରଙ୍କୁ ତାଙ୍କ ଗାଡି ଯୋଗେ ଛାଡିବାକୁ ଯାଉଥିଲେ । ଅଣ୍ଡରପାସରେ ପାଣି ଭରିଥିବାରୁ ବ୍ୟାଙ୍କ ମ୍ୟାନେଜରଙ୍କୁ ଗାଡି ନେଇ ଯିବାକୁ ପୋଲିସ ବାରଣ କରିଥିଲା । ହେଲେ ସେମାନେ ନ ମାନି ଗାଡିକୁ ଅଣ୍ଡରପାସରେ ନେଇ ଯାଇଥିଲେ । ଫଳରେ ଗାଡିର ଲକ୍‌ ଖୋଲିନଥିଲା । ଆଉ ଏଭଳି ଦୁର୍ଘଟଣା ଘଟିଥିଲା ।

ତେବେ ପୋଲିସ ମନା କରିବା ସତ୍ତ୍ୱେ ବ୍ୟାଙ୍କ ମ୍ୟାନେଜର ଗାଡିକୁ ଅଣ୍ଡରପାସ୍‌ରେ ନେଇ ଯାଇଥିଲେ । ଆଉ ଏଥିପାଇଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେମାନଙ୍କ ମୃତ୍ୟୁ ପରେ ପୋଲିସ ଉଭୟ ବ୍ୟାଙ୍କ କର୍ମଚାରୀଙ୍କ ପରିବାରକୁ ଫୋନ କରି ସୂଚନା ଦେଇଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ସବୁ ଜଣାପଡିବ । ତେବେ ଦୁହିଁଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like