ଏଥର ଘର ଆଗରେ ଗାଡି କି ବସ୍ ଧୋଇଲେ ଦେବେ ଜରିମାନା, ଖୁବଶୀଘ୍ର ଆକ୍ସନ ନେବେ ଦିଲ୍ଲୀ ସରକାର

ଯମୁନା ନଦୀକୁ ସଫା କରିବା ନେଇ ଦିଲ୍ଲୀ ସରକାର ଏବେ ଆକ୍ସନ ମୋଡରେ ।  ଏହି ମାମଲାରେ ଦିଲ୍ଲୀ ସରକାର ଏହା ଉପରେ ଏକ ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।  ଏଥର ଆପଣ ନିଜ ଘର ସାମନାରେ ସାମ୍ପୁ ଏବଂ ଡିଟରଜେଣ୍ଟରେ ଗାଡି ସଫା କରିପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ ଜୋରିମାନା ଦେବାକୁ ପଡିବ । ଗାଡ଼ି ଧୋଇବା ପାଇଁ ଆପଣଙ୍କୁ ଯିବାକୁ ହେବ ସେଣ୍ଟର ।

ଦିଲ୍ଲୀର ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଏଥର ଯଥା ସମ୍ଭବ ଯମୁନା ନଦୀକୁ ସଫା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ଯାହା ଫଳରେ ଯମୁନା ନଦୀ ସଫା ହୋଇଯିବ । କାର ସଫା କରିବା ପ୍ରତିବନ୍ଧକ ହେବା ଦିଲ୍ଲୀବାସୀଙ୍କ ପାଇଁ ଏହା ଏକ ସମସ୍ବା ହୋଇପାରେ । ଏହାକୁ ଦୂର କରିବା ପାଇଁ ସରକାର ଜର୍ମାନୀ ପରି ଦିଲ୍ଲୀର କିଛି ସ୍ଥାନରେ ସ୍ବିଇଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ( ଏସ.ଟି.ପି )ରେ କାର ଓ ବସ ସେଣ୍ଟର ଖୋଲାଯିବ । ଯେଉଁଠାରେ ଆପଣ ୧୦୦ ରୁ ୧୫୦ ଟଙ୍କା ଖର୍ଚ୍ଚ କରି ନିଜ ଗାଡିକୁ ଧୋଇ ପାରିବେ । ସେଠାରେ ଏସଟିପି ପ୍ଲାଣ୍ଟ ଖୋଲାଯିବ । ଯାହା ଫଳରେ ଆପଣ ସେଠି କାର ଓ ବସ ସଫା କରିପାରିବେ ।

ମୁଖତଃ ଦିଲ୍ଲୀ ସରକାରଙ୍କ ଏହି ପ୍ରତିବନ୍ଧକ ପଛରେ ଲୋକେ ବିଶ୍ବାସ କରନ୍ତି କି କାର ବସ୍ ଧୋଇବା ସମୟରେ ବ୍ୟବହାର କରାଯାଉଥିବା ଡିଟରଜେଣ୍ଟ,ସାବୁନରେ ରହିଥିବା ଫସଫେଟ, ଏବଂ କିଛି କ୍ଷତିକାରକ ପଦାର୍ଥ ଡ୍ରେନରେ ମିଶି ଯମୁନା ନଦୀରେ ମିଶିଯାଉଛି । ଏହି ରାସାୟନିକ ପଦାର୍ଥ ଦ୍ବାରା ୟୁଟ୍ରୋଫିକେସନ ବୃଦ୍ଧି ହୋଇଥାଏ ଯାହା ଫଳରେ ଯମୁନା ନଦୀରେ ବହୁତ ପରିମାଣରେ କ୍ଷତି ହୋଇଥାଏ । ବର୍ତ୍ତମାନ ନଦୀରେ ଧଳା ରଙ୍ଗର ଫେଣ ଦେଖାଯିବା ଫଳରେ ପାଣିର ଗୁଣବତ୍ତା ନଷ୍ଟ ହେବାରେ ଲାଗିଛି ।

ଯଦି ଆମେ ଏକ୍ସପର୍ଟଙ୍କ କଥାକୁ ମାନିବା ତା ହେଲେ ଗାଡି ଗୁଡିକ ଧୋଇବା ଫଳରେ ଏଥିରେ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ ଯେମିତିକି ତେଲ, ଗ୍ରୀସ ଓ ବାହାରୁଥିବା ମଇଳା ପାଣି ସହ ମିସି ଡ୍ରେନକୁ ଯାଇଥାଏ । ଏହିସବୁ ବଡ ବଡ ଡ୍ରେନ ଗୁଡିକ ନଦୀ ସହ ସଂଯୋଗ ହୋଇଛି । ନଦୀ ଗୁଡିକରେ ଏହି ସବୁ ବର୍ଜ୍ୟ ପଦାର୍ଥ ମିଶିବା ଫଳରେ ନଦୀର ପାଣି ବିଷାକ୍ତ ହେଉଛି ।

ଏଥିପାଇଁ ଦିଲ୍ଲୀ ସରକାର ଯମୁନା ନଦୀକୁ ସଫା କରିବା ପାଇଁ ଏକ ବଡ ଧରଣର ସଚେତନତା ସୃଷ୍ଟି କରିବାକୁ ଯୋଜନା କରିଛନ୍ତି । ଯେଉଁଥିରେ ଲୋକଙ୍କୁ କୁହାଯାଇଛି କାର ଓ ବସକୁ ଧୋଇବା ଦ୍ବାରା ଏଥିରୁ ବାହାରୁଥିବା ଅପରିଷ୍କାର ପାଣି ଯୋଗୁଁ ଯମୁନା ନଦୀ ଉପରେ କି ପ୍ରଭାବ ପଡୁଛି । ଏହାପରେ ଏହି ନୀୟମକୁ କଡାକଡି ପାଳନ କରାଯିବ । ଯେଉଁମାନେ ସେହି ନିୟମକୁ ନ ମାନିବେ ସେମାନଙ୍କୁ ଜୋରିମାନା ଦେବାକୁ ପଡିବ ।

ଏହାସହ ସିସିଟିଭି କ୍ୟାମେରା ଲଗାଯିବ । ଏହା ଉପରେ ଏକ ବିଶେଷ ଟିମ କାମ କରିବେ ଏବଂ ସମ୍ପୁର୍ଣ୍ଣ ନଜର ରଖାଯିବ । ଯେଉଁ ମାନେ ନୀୟମ ଭାଙ୍ଗିବେ ସେମାନଙ୍କ ଉପରେ କଡ଼ା କାର୍ଯାନୁଷ୍ଠାନ ନିଆଯିବ । ଏହାସହ ପ୍ରବେଶ ବର୍ମା କହିଛନ୍ତି ଯେ, ସରକାର ଏହା ଉପରେ ଏକ ଡକୁମେଣ୍ଚାରି ଫିଲ୍ମ ତିଆରି କରିବେ । ଯାହା ଯମୁନା ନଦୀର ଐତିହାସିକ ବୀରତ୍ୱ ଓ ସ୍ବଛ ଅତୀତ ଦେଖାଇ ଲୋକଙ୍କୁ ସଚେତନ କରିବାରେ ସହାୟକ ହେବ ।

Also read: ବିକଟାଳ ଶବ୍ଦ କରୁଥିବା ଗାଡି ଚାଳକଙ୍କ ଉପରେ ଆକ୍ସନ, ଫାଇନ ନୁହେଁ, ସିଧା କୋର୍ଟରୁ ହେବାକୁ ପଡ଼ିବ ବେଲ