ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିନ୍ହା, ଆଜି ବୈଠକରେ ନିଆଗଲା ନିଷ୍ପତ୍ତି

ପୂର୍ବ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିନ୍ହା ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମଲ୍ଲୀକାର୍ଜ୍ଜୁର୍ନ ଖାଡ଼ଗେ । କହିରଖିବା ଉଚିତ ହେବାଯେ ବିରୋଧୀ ଦଳଙ୍କ ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ଦୀର୍ଘ ଦିନ ହେବ ଟଣା ଘୋଷଡା ଲାଗିଆସୁଥିଲା । ଏନସିପିର ଶରଦ ପାୱାର, ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଫରୁଖ ଅବଦୁଲ୍ଲା, ମହାତ୍ମାଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ ପ୍ରାର୍ଥୀ ହେବା ପାଇଁ ସ୍ପଷ୍ଟ ଭାବେ ମନା କରିଦେବା ପରେ ବିରୋଧୀ ଦଳଙ୍କ ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚିନ୍ତା ବଢି ଯାଇଥିଲା । ଏମାନେ ସମର୍ଥନ କରିବାକୁ ଆଗେଇଥିଲେ ମଧ୍ୟ ନିଜେ ପ୍ରାର୍ଥୀ ହେବାକୁ ମନା କରିଦେଇଥିଲେ । ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ଶରଦ ପାୱାର, ସୀତାରାମ ୟେଚୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ଶାସକ ଦଳ ବିଜେପି ନିଜ ପ୍ରାର୍ଥୀ ଚୟନ କରିବାକୁ ଆଜି ଏକ ପାର୍ଲିଆମେଣ୍ଟାରୀ ବୋର୍ଡ ମିଟିଙ୍ଗ ଆୟୋଜନ କରିବା ନେଇ ଜଣାଯାଇଛି । ଏହି ମିଟିଙ୍ଗରେ ନିଜ ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ କରିବ ବିଜେପି ଦଳ । ଅନ୍ୟପକ୍ଷରେ ପ୍ରଧାନମତରି ନରେନ୍ଦ୍ର ମୋଦି ଭିଡିଓ ମାଧ୍ୟମରେ ମିଟିଙ୍ଗରେ ଯୋଗ ଦେବେ । କହିରଖିବା ଉଚିତ ହେବଯେ ରାଷ୍ଟ୍ରପତି ପ୍ରାର୍ଥୀ ନୋମିନେସନର ଶେଷ ତାରିଖ ଜୁନ ୨୯ ରହିଛି | ଯେବେକି ଏନିମନ୍ତେ ନିର୍ବାଚନ ଜୁଲାଇ ୧୮ତାରିଖରେ ଅନୁଷ୍ଠିତ ହେବ । ଯେବେକି ଏନିମନ୍ତେ ଭୋଟ ଗଣତି ଜୁଲାଇ ୨୧ ରେ ହେବ । କହିରଖିବା ଉଚିତ ହେବଯେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ରେ ସରିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.