ନୂଆଦିଲ୍ଲୀ : ଆରବିଆଇ କଟକଣା ପରେ ନିଜର ସଂଚିତ ଅର୍ଥକୁ ନେଇ ୟେସ୍ ବ୍ୟାଙ୍କ ଗ୍ରାହକ ଆତଙ୍କିତ । ଶୁକ୍ରବାର ଠାରୁ ୟେସ୍ ବ୍ୟାଙ୍କ ଶାଖା ଓ ଏଟିଏମ୍ ସାମ୍ନାରେ ଲମ୍ବା ଧାଡ଼ି ଲାଗିଛି । କିନ୍ତୁ ଏଟିଏମ ଖାଲି ହୋଇ ଯାଇଛି । ନେଟ୍ ବ୍ୟାଙ୍କିଂରେ ମଧ୍ୟ ଟଙ୍କା ଟ୍ରାନ୍ସଫର କରି ପାରିବେନି ଗ୍ରାହକ । କେବଳ ଶାଖାକୁ ଯାଇ ଟଙ୍କା ଉଠାଇ ପାରିବେ । ସବୁ ଶାଖାରେ ଅସମ୍ଭବ ଭଡି । ଅନ୍ୟପଟେ ୟେସ ବ୍ୟାଙ୍କର ସଙ୍କଟ ମୋଚକ ଭାବେ ଆଗକୁ ଆସିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିପାରିବ ବୋଲି ଘୋଷଣା କରିଛି । ବର୍ତ୍ତମାନ ୟେସ ବ୍ୟାଙ୍କକୁ ୨୦ ହଜାର କୋଟି ଟଙ୍କା ଆବଶ୍ୟକ । ଖରାପ ସ୍ଥିତି ସୁଧାରିବାକୁ ୨ ହଜାର ୪୫୦ କୋଟି ନିବେଶ ଲକ୍ଷ୍ୟ ରଖିଛି ଏସବିଆଇ । ତେବେ ଏସ୍ବିଆଇ ବୋର୍ଡ ଚୂଡାନ୍ତ ନିଷ୍ପତ୍ତି ନେବ । ଅନ୍ୟପଟେ ୟେସ୍ ବ୍ୟାଙ୍କକୁ ସାହାଯ୍ୟ ପାଇଁ ବାଧ୍ୟ କରାଯାଉଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍ । ବ୍ୟାଙ୍କ ସଂକଟ ଏକ ବିପର୍ଯ୍ୟୟ ବୋଲି ସେ କହିଛନ୍ତି । ବିଜେପି ସରକାରର ଅର୍ଥିକ ପରିଚାଳନାର ବିଫଳତାର ଏହା ଆଉ ଏକ ନମୂନା ବୋଲି ସେ କହିଛନ୍ତି ।
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…