ଚଳନ୍ତା ଟ୍ରେନ୍‌ରେ ଲାଗିଗଲା ନିଆଁ, ବର୍ତ୍ତିଲେ ଯଶବନ୍ତପୁର-ଟାଟାନଗର ସୁପରଫାଷ୍ଟ ଏକ୍ସପ୍ରେସର ଯାତ୍ରୀ

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ଟ୍ରେନ୍ ଚାଲୁଥିବା ଅବସ୍ଥାରେ ଟ୍ରେନ୍ ର ପେଣ୍ଟ୍ରିକାରରେ ନିଆଁ ଲାଗିଯାଇଥିଲା । କର୍ମଚାରୀମାନେ ଉକ୍ତ ପେଣ୍ଟ୍ରିକାରକୁ ଅଲଗା କରିଦେଇଥିଲେ, କିନ୍ତୁ ଟ୍ରେନର ଅନ୍ଯ ବଗିମାନଙ୍କରେ ନିଆଁ ବ୍ଯାପି ଯାଇଥିଲା । ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ଯନ୍ତ କୌଣସି ଆହତଙ୍କ ସମ୍ପର୍କରେ ଜଣାପଡି ନାହିଁ । ତେବେ ପେଣ୍ଟ୍ରିକାରରେ ନିଆଁ ଲାଗିବା ଫଳରେ ଯଶବନ୍ତପୁର-ଟାଟାନଗର ସୁପରଫାଷ୍ଟ ଏକ୍ସପ୍ରେସ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପେଣ୍ଟ୍ରିକାରକୁ ଅଲଗା କରିବା ପୂର୍ବରୁ ଟ୍ରେନର କର୍ମଚାରୀମାନେ ନିଆଁକୁ ଲିଭାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ସଫଳ ହୋଇନଥିଲେ ।

ଦେଖନ୍ତୁ ନିଆଁ ଜଳିବାର ଭିଡିଓ…

ଦକ୍ଷିଣ ମଧ୍ଯ ରେଲୱେର ପ୍ରବକ୍ତାଙ୍କ ଅନୁସାରେ କର୍ମୀମାନଙ୍କ ଦ୍ବାରା ନିଆଁ ଲାଗିବା କ୍ଷଣି ସଙ୍ଗେ ସଙ୍ଗେ ଟ୍ରେନକୁ ଅଟକାଇ ଦେଇଥିଲେ । ବିଜୁଳି ସେବାକୁ ମଧ୍ଯ ବନ୍ଦ କରି ଦିଆଯାଇଥିଲା । ଏହି ଟ୍ରେନଟି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଝାଡ଼ଖଣ୍ଡର ଜାମସେଦପୁରକୁ ଆସୁଥିଲା ।

ଏହି ଅଗ୍ନିକାଣ୍ଡ ଫଳରେ ଉକ୍ତ ଟ୍ରେନ ଲାଇନର ଉଭୟ ପାର୍ଶ୍ୱରୁ ଆସୁଥିବା ସମସ୍ତ ଟ୍ରେନକୁ ବାତିଲ କରି ଦିଆଯାଇଥିଲା । ପରିସ୍ଥିତି ସୁଧୁରିବା ପରେ ପୁଣି ରେଳ ଚଳାଚଳ ଆରମ୍ଭ ହୋଇଛି । ତେବେ ଅଗ୍ନିକାଣ୍ଡର ପ୍ରକ୍ରୁତ କାରଣ ଜାଣିବା ପାଇଁ ପୋଲିସ୍ ଏବଂ ରେଲୱେ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି ।