ଅଭେଦ୍ୟ ଗଡ଼କୁ ଭେଦ କରିପାରିଲେନି ବିରୋଧୀ, ୟୁପିରେ ପୁଣି ସତ୍ତା ସମ୍ଭାଳିବେ ଯୋଗୀ ଆଦିତ୍ୟନାଥ

କେନ୍ୟୁଜ୍(ବ୍ୟୁରୋ): ଉତ୍ତରପ୍ରଦେଶରେ ପୁଣି ଯୋଗୀ ରାଜ । କ୍ଷମତା ବଜାୟ ରଖିଲା ବିଜେପି । ଚଳିତ ବିଧାନସଭା ନିର୍ବାଚନରେ ବିଜୟ ହାସଲ ଅଭିମୁଖେ ବିଜେପି । ବର୍ତ୍ତମାନ ସୁଦ୍ଧା ଗଣତିରେ ବିଜେପି ଆଗୁଆ ରହିଛି । ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ରହିଛି ୨୦୨ ଆସନ । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ୨୬୭ ଆସନରେ ଆଗରେ ରହିଛନ୍ତି । ସମାଜବାଦୀ ପାର୍ଟି ୧୩୧ ସିଟରେ ଲିଡ୍ କରୁଛି ।
ବିଏସପି ଗୋଟିଏ, କଂଗ୍ରେସ ୨ଟି ଓ ଅନ୍ୟାନ୍ୟ ଦୁଇଟି ଲେଖାଏ ଆସନରେ ଆଗୁଆ ରହିଛନ୍ତି । ୨୦୧୭ ବିଧାନସଭା ନିର୍ବାଚନ ଅପେକ୍ଷା ଏବର୍ଷ ଖସିଛି ବିଜେପି ସିଟ୍ ସଂଖ୍ୟା । ଏସପିର ଆସନ ସଂଖ୍ୟା ବଢିଛି । ଉତ୍ତରପ୍ରଦେଶ ବିଜେପି ବିଜୟ ଅଭିମୁଖେ ବଢୁଥିବା ବେଳେ ଆରମ୍ଭ ହୋଇଗଲାଣି ସେଲିବ୍ରେସନ୍ । ଦଳୀୟ ନେତା ଓ କର୍ମୀ ନାଚ ଗୀତ ସହ ସେଲିବ୍ରେସନ୍ ଆରମ୍ଭ କରି ଦେଇଛନ୍ତି ।