ଚୀନ୍‌କୁ ଆଉ ଏକ ଝଟ୍‌କା, ଯୋଗୀ ସରକାର ଖାରଜ କଲେ କାନପୁର-ଆଗ୍ରା ମେଟ୍ରୋ ପ୍ରୋଜେକ୍ଟର ଟେଣ୍ଡର

ଜୁନ୍‌ ୧୫ ତାରିଖରେ ଗଲଓ୍ଵାନ୍‌ ଘାଟୀରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତୀୟମାନେ ଚୀନ୍‌ ଦ୍ରବ୍ୟକୁ ବର୍ଜନ କରିବାକୁ ପ୍ରତିଜ୍ଞା କରିଛନ୍ତି। ଏଥିସହ ସରକାର ମଧ୍ୟ କେତେକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ଏବେ ପୁଣିଥରେ ଭାରତ ତରଫରୁ ଚୀନ୍‌କୁ ଆଉ ଏକ ବଡ଼ ଝଟ୍‌କା ଦିଆଯାଇଛି। ରିପୋର୍ଟ ମୁତାବକ ଟେକ୍ନିକାଲ ସମସ୍ୟା ଯୋଗୁ ଉତ୍ତର ପ୍ରଦେଶ ମେଟ୍ରୋ ରେଳ କର୍ପୋରେସନ୍‌ କାନପୁର-ଆଗ୍ରା ମେଟ୍ରୋ ପାଇଁ ଚୀନୀ କମ୍ପାନୀର ଟେଣ୍ଡର ଆବେଦନକୁ ଖାରଜ କରି ଦେଇଛି।

Kanpur - Agra Metro Project Tender Rejected By UP Government

ୟୁପିଏମ୍‌ଆରସି କାନପୁର ଓ ଆଗ୍ରା ମେଟ୍ରୋ ପରିଯୋଜନା ଲାଗି ମେଟ୍ରୋ ଟ୍ରେନ୍‌ର ଆପୂର୍ତ୍ତି, ପରୀକ୍ଷଣ ଓ ଚାଲୁ କରିବା ସହ ଟ୍ରେନ୍‌ କଣ୍ଟ୍ରୋଲ ଓ ସିଗ୍‌ନାଲ ସିଷ୍ଟମ୍‌କୁ ଟେଣ୍ଡର ବମ୍ବାର୍ଡିୟର ଟ୍ରାନ୍ସପୋର୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦିଆଯାଇଛି। ଏଥିପାଇଁ ଚୀନ୍‌ର କମ୍ପାନୀ ସିଆରଆରସି ନେନଜିଙ୍ଗ ପୁଜହେନ ଲିମିଟେଡ୍‌ ମଧ୍ୟ ଟେଣ୍ଡର ଦେଇଥିଲା। କିନ୍ତୁ ଟେକ୍ନିକାଲ ସମସ୍ୟା ଯୋଗୁ ଚୀନୀ କମ୍ପାନୀକୁ ଅଯୋଗ୍ୟ ଘୋଷିତ କରାଯାଇଛି। ସୂଚନାଯୋଗ୍ୟ ଯେ ବମ୍ବାର୍ଡିୟର ଟ୍ରାନ୍ସପୋର୍ଟ ପ୍ରାଇଭେଟ ଲି.ଏକ ଭାରତୀୟ କନ୍ସୋର୍ସିୟମ।

Another blow to China, Yogi govt rejects tender of Kanpur Agra ...

ସୂଚନାଯୋଗ୍ୟ ଯେ, କାନପୁର ଓ ଆଗ୍ରା ଉଭୟ ମେଟ୍ରୋ ପରିଯୋଜନା ପାଇଁ ମୋଟ ୬୭ ଟ୍ରେନ୍‌ର ସପ୍ଲାଏ ହେବ। ସେଥିମଧ୍ୟରୁ ପ୍ରତ୍ୟେକ ଟ୍ରେନ୍‌ରେ ୩ଟି କୋଚ୍‌ ରହିବ। ସେଥିରୁ ୩୯ଟି ଟ୍ରେନ୍‌ କାନପୁର ଓ ୨୮ ଟ୍ରେନ୍‌ ଆଗ୍ରାକୁ ଚଳାଚଳ କରିବ। ଏହି ଟ୍ରେନ୍‌ର ଯାତ୍ରୀ କ୍ଷମତା ପ୍ରାୟ ୯୮୦ ହେବ। ଅର୍ଥାତ୍‌ ପ୍ରତ୍ୟେକ କୋଚ୍‌ରେ ପ୍ରାୟ ୩୧୫-୩୫୦ ଯାତ୍ରୀ ଯାତ୍ରା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.