ଲକ୍ଷ୍ନୈା : ପିଲାଙ୍କୁ ଭିକ ମଗାଇବା ଏବେ ପଡ଼ିବ ମହଙ୍ଗା । ଭିକ ମଗାଉଥିବା ଲୋକଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏପରି କହିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର । ଯୋଗୀ ସରକାର ଏଥିପାଇଁ ବଡ଼ ଯୋଜନା ନେଇ ଆସୁଥିବା ଜଣାଯାଇଛି ।
ଆଜିର ଶିଶୁ କାଲିର ନାଗରିକ, ଦେଶର ଭବିଷ୍ୟତ । ଶିଶୁଙ୍କୁ ବାଧ୍ୟତାମୂଳକ ଭାବେ ଶିକ୍ଷା ଦେବା ସହ ସେମାନଙ୍କର ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରିଛନ୍ତି ସରକାର । ତଥାପି କିଛି ଲୋକେ ସରକାରଙ୍କ ଏହି ଫାଇଦା ନେବା ପରିବର୍ତ୍ତେ ନିଜର ପିଲାଙ୍କୁ ଭିକ ମଗାଇବା ବୃତ୍ତିରେ ଲଗାଉଛନ୍ତି ।
ଏହି ପିଲାଙ୍କ ଦ୍ୱାରା ହୁଏତ ସେମାନେ ଦୈନିକ ରୋଜଗାର ପାଉଛନ୍ତି ।

ହେଲେ ଦେଶର ଆଗାମୀ ପୀଢ଼ିକୁ ବରବାଦ କରୁଥିବା ଭଳି ଅପରାଧ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ଶିଶୁମାନଙ୍କୁ ପଢ଼ାଇବା ସହ ସେମାନଙ୍କର ପିତା ମାତାଙ୍କୁ ରୋଜଗାର ଦେବାକୁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ସରକାର ।
ତେବେ ଏହା ସତ୍ତ୍ୱେ ଯଦି କେହି ପିଲାଙ୍କୁ ଭିକ ମଗାଇବା ବୃତ୍ତିରେ ନିୟୋଜିତ କରନ୍ତି ।
ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ପ୍ରକାଶ କରିଛନ୍ତି । କାରଣ ଏହି ଲୋକମାନେ ଶିଶୁଙ୍କର ପିଲାଦିନକୁ ତାଙ୍କ ଠାରୁ ଛଡ଼ାଇ ନେଉଛନ୍ତି । ତେଣୁ ଏହି ଭିକ ମଗାଉଥିବା ଲୋକଙ୍କୁ ଖୋଜି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଉଥିବା ଜଣାଯାଇଛି ।