ମାଗଣାରେ ରାସନ ବଣ୍ଟନ ନେଇ ସରକାରଙ୍କ ବଡ଼ ଘୋଷଣା: ଆହୁରି ୩ ମାସ ଯାଏଁ ଲୋକଙ୍କୁ ମିଳିବ ଖାଦ୍ୟ ସାମଗ୍ରୀ

ଆହୁରି ୩ ମାସ ଯାଏଁ ବଢ଼ିଲା ମାଗଣା ରାସନ ବଣ୍ଟନ। ଏନେଇ ଘୋଷଣା କରିଛନ୍ତି ଯୋଗୀ ସରକାର। ଉତ୍ତର ପ୍ରଦେଶର ଯୋଗୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରା ହେବା ଅବସରରେ ୧୫ କୋଟି ରାସନ କାର୍ଡ ଧାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଯୋଗୀ ସରକାର ୨.୦ର ଗଠନ ମାର୍ଚ୍ଚ ୨୦୨୨ରେ ହୋଇଥିଲା।ଜୁଲାଇ ପ୍ରଥମ ସପ୍ତାହରେ ସରକାରଙ୍କ ୧୦୦ ଦିନ କାର୍ଯ୍ୟକାଳ ପୂରା ହେବା ଖୁସିରେ ମାଗଣା ରାସନ ଯୋଜନାକୁ ୩ ମାସ ପାଇଁ ବଢ଼ାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଘୋଷଣା ପରେ ଉତ୍ତର ପ୍ରଦେଶର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

୧୦୦ ଦିନ ପୂରଣ ହେବା ପରେ ଦେଲେ ଉପହାର:

ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଦ୍ୱିତୀୟ ଇନିଂସ୍‌ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣାରେ ରାସନ୍‌ ଯୋଜନାକୁ ୨୬ ମାର୍ଚ୍ଚରେ ୩ ମାସ ପାଇଁ ବଢ଼ାଇଥିଲେ। ଏବେ ଏହି ଯୋଜନାକୁ ୧୦୦ ଦିନ ପୂରଣ ହୋଇଥିବା ବେଳେ ସରକାର ପୁଣିଥରେ ଆଉ ୩ ମାସ ପାଇଁ ଯୋଜନାକୁ ବଢ଼ାଇବାକୁ ଘୋଷଣା କରିଛନ୍ତି। ତେବେ ସରକାର ୧୦୦ ଦିନ ପୂରଣ ହେବା ପୂର୍ବରୁ ହିଁ ଏହି ଘୋଷଣା କରିଛନ୍ତି।


ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶ ବାସୀଙ୍କ ପାଇଁ ଯୋଗୀ ସରକାର ଅନ୍ତୋର୍ଦ୍ଦୟ ଯୋଜନାରେ ଜୁନ୍‌ ୩୦ ଯାଏଁ ମାଗଣାରେ ରାସନ୍‌ ଦେବାକୁ ଘୋଷଣା କରିଥିଲେ। ଏହି ଯୋଜନାରେ କାର୍ଡ ଧାରକଙ୍କୁ ୩୫ କିଲୋଗ୍ରାମ୍‌ ରାସନ୍‌ ଦିଆଯାଉଥିଲା। ଏହି ରାସନରେ ଗହମ, ଚାଉଳ, ଚିନି, ଡାଲି ଓ ଲୁଣ ଆଦି ସାମିଲ ଥିଲା। ରାଜ୍ୟ ସରକାରଙ୍କ ଏହି ଯୋଜନା ବ୍ୟତୀତ ଉତ୍ତର ପ୍ରଦେଶରେ ପିଏମ୍‌ ଗରିବ କଲ୍ୟାଣ ଯୋଜନାରେ ମଧ୍ୟ ମାଗଣା ରାସନ୍‌ ପ୍ରଦାନ କରାଯାଉଛି।

ସେପ୍ଟେମ୍ବର ୩୦ ଯାଏଁ ଚାଲୁ ରଖିବାକୁ ନିଷ୍ପତ୍ତି:

ଯୋଗୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ୧୦୦ ଦିନ ଜୁଲାଇ ୪ରେ ପୂରା କରିଛନ୍ତି। ଏଣୁ ମାଗଣା ରାସନ ଯୋଜନାକୁ ସେପ୍ଟେମ୍ବର ୩୦ ଯାଏଁ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସରକାର ଏହି ମାଗଣା ରାସନ ଯୋଜନାକୁ ଦୀର୍ଘ ଦିନ ଯାଏଁ ଚାଲୁ ରଖିବାକୁ ଯୋଜନା କରୁଥିବା ନେଇ ସୂଚନା ମିଳିଛି।

Also Read: ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖୁଥିଲେ ହୋଇଯାଆନ୍ତୁ ସଜାଗ, ଏସବୁ ଉପାୟରେ ଧରାପଡ଼ିଯିବ କ’ଣ ସର୍ଚ୍ଚ କରୁଛନ୍ତି ଆପଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.