ବିମାନ ଯାତ୍ରା କରିବେ କି ? ବ୍ୟସ୍ତ ହୁଅନ୍ତୁନି, ମାତ୍ର ୨୬ ଟଙ୍କାରେ କାଟନ୍ତୁ ଟିକେଟ

ଆଜି କାଲି ଦରଦାମ ଏତେ ବଢି ଚାଲିଛିଯେ କମ ଟଙ୍କାରେ ଲୋକେ ଯାହା ନିଜ ନିଜ ଅବଶ୍ୟକତା ହିଁ ପୂରଣ କରିପାରୁଛନ୍ତି  । ଆଉ ଏମିତିରେ ଯଦି ଆପଣ କେଉଁଠିକି ଯିବା ଆସିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଖର୍ଚ୍ଚ ବାବଦରେ ହିଁ ଭାବିବାକୁ ହୋଇଥାଏ  । ଯଦି ଆପଣଙ୍କୁ କେବେ କେହି କୁହନ୍ତିକି ମାତ୍ର ୨୬ ଟଙ୍କା ଖର୍ଚ୍ଚ କରି ଆପଣ ଅନ୍ୟ ଦେଶର ବିମାନ ଯାତ୍ରାରେ ଗସ୍ତ କରିପାରିବେ  । ହଁ ଆଜ୍ଞା ସତ  । ଭିଏତନାମ ଏକ ଆଭିଏସନ କମ୍ପାନୀ ଏକ ଆକର୍ଷଣୀୟ ଅଫର ନେଇ ଆସିଛି  । ଯାହା ଫଳରେ ଆପଣ ମାତ୍ର ୨୬ ଟଙ୍କାରେ ବିମାନ ଯାତ୍ରା କରିପାରିବେ  । ତେବେ ଆସନ୍ତୁ ଏହି ସ୍କିମ ବାବଦରେ ଜାଣିରଖିବା  ।

ଏମିତି ଏକ ଅଜବ ଅଫର ନେଇ ଆସିଛି ଭିଏତନାମର ଏକ ଆଭିଏସନ କମ୍ପାନୀ “ଚିନି ବେଲେଟାଇମ୍ସ ଡ଼େ” ନେଇ ଆସିଛନ୍ତି  । ୭/୭ ଅବସରରେ କମ୍ପାନୀ ପକ୍ଷରୁ ଏହି ସୁଯୋଗ ଜାରି କରାଯାଇଛି । ଯାହା ଫଳରେ ଭିଏତନାମ ଏୟାରଲାଇନ୍ସ କମ୍ପାନୀ ଭିଏତଜେଟ ୭ ଲକ୍ଷ ୭୭ ହଜାର ୭୭୭ ଡୋମେଷ୍ଟିକ ଓ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ସ ଉପରେ ଛାଡ କରାଯାଇଛି  । ଏହି ଅଫର ଜରିଆରେ ଗ୍ରାହକ ମାନେ ମାତ୍ର ୨୬
ଟଙ୍କାରେ ବିମାନ ଟିକଟ କିଣିପାରିବେ  । ଏହି ଅଫର ଜୁଲାଇ ୭ରୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ  । ଆଉ ଏହି ଫ୍ଲାଇଟ ଗୁଡିକ ଅଗଷ୍ଟ ୧୫ ତାରିଖରୁ ମାର୍ଚ୍ଚ ୨୬ ତାରିଖ ମଧ୍ୟରେ ଚାଲିବ  । କହିରଖିବା ଉଚିତ ହେବକି ଏହି ଅଫରରେ ରାଷ୍ଟ୍ରୀୟ ଅଫର ସାମିଲ ନାହିଁ  । ଏୟାରଲାଇନ୍ସ କମ୍ପାନୀ ଅନୁସାରେ ଏହି ଟିକଟର ମୂଲ୍ୟ ୭ ହଜାର ୭୦୦ ଭିଏତନାମ ଡୋଙ୍ଗ ରହିଛି  । ଯାହାକୁ ଭାରତୀୟ ମୁଦ୍ରାରେ ଯଦି ରୂପାନ୍ତରଣ କରାଯାଏ ତେବେ ଏହାର ମୂଲ୍ୟ ୨୬ ଟଙ୍କା ପାଖାପାଖି ରହିବ  ।

ଏମିତିରେ ଯଦି ଦେଖାଯାଏ ଭିଏତଜେଟ ଏୟାରଲାଇନ୍ସ ନୂଆଦିଲ୍ଲୀ ଓ ମୁମ୍ବାଇରୁ ଭିଏତନାମ ସହର ହାନୋଇ ଓ ହୋ ଚି ଯାଏଁ ପାଖାପାଖି ଚାରୋଟି ଫ୍ଲାଇଟ ସଂଚାଳନ କରିଥାଏ  । ଏହି ମାର୍ଗ ଦେଇ ସପ୍ତାହକୁ ପ୍ରାୟ ୪ ଟି ବିମାନ ଚଳାଚଳ ହୋଇଥାଏ ବୋଲି ଜଣାଯାଇଛି  । ଏହି ଅଫରର ସୁଯୋଗ ନେବା ପାଇଁ ଗ୍ରାହକ ମାନେ Vietjet ଏୟାରଲାଇନ୍ସର ଅଫିସିଆଲ ୱେବସାଇଟକୁ ଯାଇ ଟିକଟ କିଣି ପାରିବେ  । ଏହା ବ୍ୟତୀତ ଭିଏତଯେଟର ମୋବାଇଲ ଆପ ତଥା ଫେସବୁକ ପେଜକୁ ଯାଇ ମଧ୍ୟ ସର୍ଚ୍ଚ କରିପାରିବେ  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.