ଇଣ୍ଟରନେଟରେ ଅଶ୍ଳୀଳ ଫିଲ୍ମ ଦେଖୁଥିଲେ ଆପଣ ବି ପଡିପାରନ୍ତି ସ୍କାମର୍ସଙ୍କ ଜାଲରେ, ଠକୁଛନ୍ତି ଆଇନ ମନ୍ତ୍ରଣାଳୟ ଭୟ ଦେଖାଇ
ନୂଆଦିଲ୍ଲୀ : ଇଣ୍ଟରନେଟରେ ଠକ(ସ୍କାମର୍ସ) ଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ସ୍କାମର୍ସମାନେ ପୁରୁଣା ତରିକା ଆପଣେଇ ଲୋକଙ୍କୁ ଲୁଟ କରିବାର ଯୋଜନା କରୁଛନ୍ତି । ଏହି ସ୍କାମର୍ସମାନେ ଟାର୍ଗେଟ କରୁଛନ୍ତି ଇଣ୍ଟରନେଟରେ ଅଶ୍ଳୀଳ ଫିଲ୍ମ ଦେଖୁଥିବା ୟୁଜର୍ସଙ୍କୁ ।
ନିକଟରେ ଏକ ରିପୋର୍ଟରୁ ଜଣାଯାଇଛି ଯେ ପର୍ଣ୍ଣ ସାଇଟରେ ୟୁଜର୍ସଙ୍କୁ ଏକ ପପ୍-ଅପ୍ ମିଳୁଥିବା ଜଣାଯାଇଛି । ଯେଉଁଥିରେ ଚେତାବନୀ ଦିଆଯାଉଛି ଯେ ପର୍ଣ୍ଣ ଫିଲ୍ମ ଦେଖୁଥିବାରୁ ଆପଣଙ୍କ ‘ବ୍ରାଉଜର ଲକ୍ କରିଦିଆଯାଇଛି’ । ଏକ ସିକ୍ୟୁରିଟି ରିସର୍ଚ୍ଚର ଲୋକଙ୍କୁ ସତର୍କ ରହିବାକୁ ଏ ବିଷୟରେ ଅବଗତ କରିଛନ୍ତି ।
ପରେ ପରେ ଏକ ପୁରା ପେଜ ବ୍ରାଉଜର ଉପରେ ଦେଖାଯିବ । ପପ୍-ଅପ ୟୁଜର୍ସଙ୍କୁ ଚେତାବନୀ ଦେବ ଯେ ପର୍ଣ୍ଣ ଦେଖୁଥିବାରୁ ଆପଣଙ୍କ ବ୍ରାଉଜର ଲକ୍ କରିଦିଆଗଲା । ୟୁଜର୍ସଙ୍କୁ ଚେତାବନୀ ଦିଆଯିବ ଯେ ‘ଭାରତ ଆଇନ ଦ୍ୱାରା ନିଷିଦ୍ଧ ସାମଗ୍ରୀ ଦେଖିବା ଓ ପ୍ରସାରିତ କରିବା’ ଅପରାଧରେ ବ୍ରାଉଜରକୁ ଲକ୍ କରିଦିଆଗଲା ।
ଅନ୍ଲକ ପାଇଁ ୟୁଜର୍ସଙ୍କୁ ଜରିମାନା ଦେବାକୁ ପଡ଼ିବ । ସଂଗେ ସଂଗେ ଜରିମାନା ପାଇଁ ୨୯ ହଜାର ଟଙ୍କା ମାଗିଥାଏ । ଏହାକୁ ୬ ଘଣ୍ଟା ମଧ୍ୟରେ ଦେବାକୁ ପଡିବ । ଯଦି ୟୁଜର୍ସ ଏହାକୁ ନଦିଏ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ଏହାକୁ ଆଇନ ମନ୍ତ୍ରଣାଳୟକୁ ପଠାଇ ଦିଆଯିବ ବୋଲି ଧମକ ଦିଆଯାଇଥାଏ ।
Beware of such scams where #hackers may ask you for money on the behalf of the #Ministry_of_Law_and_Justice. While browsing some websites you may get a #FullScreen Popup window and it will tell you that your PC has been locked by Ministry. Don’t Pay. Check Pics… #infoSec pic.twitter.com/f2op9TmylP
— Rajshekhar Rajaharia (@rajaharia) January 24, 2022
courtesy : Rajshekhar Rajaharia
ମେସେଜରେ ଏକ ପେମେଣ୍ଟ ଡିଟେଲ୍ସ ମଧ୍ୟ ଦିଆଯାଇଥାଏ । ଏଥିରେ ୟୁଜର୍ସଙ୍କୁ ମାଷ୍ଟର କାର୍ଡ ସାହାଯ୍ୟରେ ପେମେଣ୍ଟ ଅପସନ୍ ଦିଆଯାଇଥାଏ । ପେମେଣ୍ଟ କଲା ପରେ ଅନଲକ କରାଯିବ ବୋଲି ମଧ୍ୟ କୁହାଯାଇଥାଏ । ଏହିପରି ଭାବେ ଏବେ ଠକମାନେ ୟୁଜର୍ସଙ୍କୁ ଟାର୍ଗେଟ କରୁଥିବା ଜଣାଯାଇଛି । ଏହି ଅନଲାଇନ ଠକମାନଙ୍କ ଠାରୁ ଦୂରରେ ରହିବାକୁ କୁହାଯାଇଛି ।
ଯଦି ଆପଣ ଏପରି ଅସୁବିଧାରରେ ନପଡିବାକୁ ଚାହୁଁଛନ୍ତି, ତେବେ ପର୍ଣ୍ଣ ଦେଖିବାରୁ ବଞ୍ଚିତ ରୁହନ୍ତୁ । ଯଦି ବା ଆପଣଙ୍କୁ ଏପରି ମେସେଜ ଆସେ ତେବେ ତୁରନ୍ତ ଉକ୍ତ ପେଜକୁ (ctrl+alt+delete) ବ୍ୟବହାର କରି ବନ୍ଦ କରିଦିଅନ୍ତୁ । ନଚେତ କମ୍ପ୍ୟୁଟରକୁ ଫୋର୍ସ ସଟଡାଉନ କରିଦିଅନ୍ତୁ ।