ଦେଶର ଏମିତି ଏକ ଜାଗା, ଯେଉଁଠି ମୁଣ୍ଡ କାଟି ଖପୁରୀ ଜମା କରନ୍ତି ପ୍ରଜା, ୬୦ଜଣ ସ୍ତ୍ରୀଙ୍କୁ ଧରି ରାସଲୀଳା କରନ୍ତି ରାଜା

ବିଶ୍ୱରେ ଏମିତି ଏକ ଜାଗା ରହିଛି, ଯେଉଁଠି ଏବେ ବି ରାଜାଙ୍କ ଶାସନ ଚାଲିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ରାଜାଙ୍କର ଅଛନ୍ତି ୬୦ଜଣ ସ୍ତ୍ରୀ। ଆଉ ସମସ୍ତେ ଏକାଠି ଖୁସିରେ ଜୀବନ ବିତାଉଛନ୍ତି। ନାଗାଲ୍ୟାଣ୍ଡର କୋନ୍‌ୟାକ୍‌ ଜନଜାତିର ଏହି ରାଜା ଲୋଙ୍ଗାବ୍‌ ଗାଁରେ ରୁହନ୍ତି, ଯାହାଙ୍କ ଅଧୀନରେ ପାଖାପାଖି ୭୫ଟି ଗାଁ ରହିଛି। ତେବେ ଗାଁଗୁଡ଼ିକ ମଧ୍ୟରୁ ଅଧା ମିଆଁମାର ତ ଆଉ ଅଧା ଭାରତରେ ଆସିଥାଏ।
କୋନ୍‌ୟାକ୍‌ ନାଗାଲ୍ୟାଣ୍ଡର ସବୁଠାରୁ ଭୟଙ୍କର ଜନଜାତି ବୋଲି ଗଣାଯାଏ। ଏହି ଜନଜାତିର ଲୋକେ ମଣିଷ ଶିକାର କରିଥାଆନ୍ତି। ଆଉ ସେମାନଙ୍କୁ ‘ହେଡ୍‌ ହଣ୍ଟର୍ସ’ ବୋଲି କୁହାଯାଇଥାଏ। ଏମାନଙ୍କ ଚେହେରାରେ ଟାଟୁ ଖୋଦିତ ହୋଇଥାଏ। ଏଠାକାର ରାଜା କୌଣସି ପାସପୋର୍ଟ କିମ୍ବା ଭିସା ବିନା ମିଆଁମାର ଯାଇପାରି ଥାଆନ୍ତି। ଏପରି କି, ଲୋକମାନେ ମଧ୍ୟ ବିନା କଟକଣାରେ ମିଆଁମାର ଯିବାଆସିବା କରନ୍ତି।

ଏଠାରେ ରାଜାଙ୍କ ସ୍ତ୍ରୀମାନେ ରାଜାଙ୍କର ବହୁତ ଯତ୍ନ ନେଇଥାଆନ୍ତି। ଆଉ ତାଙ୍କର ସମସ୍ତ ଇଚ୍ଛା ପୂରଣ କରିଥାଆନ୍ତି। ସେମାନେ ପରସ୍ପର ମଧ୍ୟରେ କୌଣସି ଝଗଡ଼ା କରି ନ ଥାଆନ୍ତି। ରାଜାଙ୍କ ଅଧୀନରେ ଯେଉଁସବୁ ଗାଁ ଆସିଥାଏ, ସେଠାକୁ ବାହାର ଲୋକ କେହି ପ୍ରବେଶ କରିପାରନ୍ତି ନାହିଁ।

ଶତ୍ରୁଙ୍କ ଖପୁରୀ ଜମା କରନ୍ତି ହେଡ୍‌ ହଣ୍ଟର୍ସ

ପ୍ରଥମେ ବ୍ରିଟିଶମାନେ ଏହି ଜନଜାତିଙ୍କୁ ଠାବ କରିଥିଲେ। ଏମାନେ ଏତେ ଭୟଙ୍କର ଯେ ବାହାର ଲୋକ କିମ୍ବା ନିଜ ଶତ୍ରୁଙ୍କର ମୁଣ୍ଡ କାଟି ତାଙ୍କ ଖପୁରୀକୁ ଜମା କରିଥାଆନ୍ତି। ବିଶ୍ୱାସ ରହିଛି ଯେ ଏମିତି କଲେ ଫସଲ ଭଲ ହୋଇଥାଏ। ତେବେ ଏହି ଜନଜାତିର ଲୋକେ ଗୋଟିଏ ସର୍ତ୍ତରେ ଶତ୍ରୁକୁ ଛାଡ଼ି ଦିଅନ୍ତି। ସେମାନେ ଚାହାଁନ୍ତି, କେହି ତାଙ୍କୁ କିଛି ଉପହାର ଦିଅନ୍ତୁ। ଏପରି କଲେ, ସେମାନେ ତାଙ୍କୁ ସାଙ୍ଗ ବୋଲି ଭାବନ୍ତି ଏବଂ ନିଜ ଘରକୁ ନେଇ ଖାଦ୍ୟ ଖୁଆନ୍ତି।

ଏହାସହ ପଢ଼ନ୍ତୁ: ଅଦ୍ଭୁତ ବ୍ୟକ୍ତି, ଯାହାଙ୍କ ଶରୀରର ବିପରୀତ ଦିଗରେ ରହିଛି ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ!

ରାଜାଙ୍କ ଘର ଅଧା ରହିଛି ଭାରତରେ ଅଧା ମିଆଁମାରରେ

ରାଜାଙ୍କ ଘର ଅଧା ଭାରତରେ ଏବଂ ଅଧା ମିଆଁମାର ସୀମାରେ ପଡ଼ିଥାଏ। ତାଙ୍କର ଜଣେ ପୁଅ ମିଆଁମାର ସେନାରେ କାମ କରନ୍ତି। ଜନଜାତି ଲୋକଙ୍କର ବିଶ୍ୱାସ ରହିଛି ଯେ ରାଜା ବେକରେ ଏପରି ଏକ ହାର ପିନ୍ଧିଛନ୍ତି, ଯଦ୍ଦ୍ଵାରା ସେ ଜାଣିପାରନ୍ତି କିଏ କେତେ ଲୋକଙ୍କ ମୁଣ୍ଡ କାଟିଛି। ଯିଏ ଅଧିକ ମୁଣ୍ଡ କାଟିଥାଏ, ତାଙ୍କୁ ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ବୋଲି ଗଣାଯାଏ। କେବେ ଏହି ପରମ୍ପରା ଏଠି ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। ତଥାପି ଏହି ଅଞ୍ଚଳକୁ ବାହାର ଲୋକ ଆସିବାକୁ ଭୟ କରନ୍ତି।

Roshni

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

2 seconds ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

6 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

36 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

43 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago