ପାକିସ୍ତାନରେ ଅର୍ଥନୀତି ଭୁଶୁଡ଼ି ସାରିଛି, ଭାରୀ କଷ୍ଟରେ ଚଳୁଛନ୍ତି ଲୋକେ

ଭାରତର ପଡ଼ୋଶୀ ଦେଶ ପାକିସ୍ତାନ । ବର୍ତ୍ତମାନ ପାକିସ୍ତାନକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏହାରି ଭିତରେ ପାକିସ୍ତାନର ଦରଦାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରତ୍ୟେକ ଜିନିଷର ମୂଲ୍ୟ ଏତେ ଯେ ଜନସାଧାରଣଙ୍କ କଷ୍ଟ ଆଖିରେ ଦେଖିଲେ ସହି ହେବନି । ଖାଦ୍ୟ ସାମଗ୍ରୀର ମୂଲ୍ୟ ଏତେ ବଢ଼ିଛି ଯେ ଲୋକମାନଙ୍କର ବଞ୍ଚିବା ମୁସ୍କିଲ ହୋଇପଡୁଛି । ଅଟା-ଚାଉଳ ଠାରୁ ଆରମ୍ଭ କରି ଟମାଟୋ-ପିଆଜ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ସାଧାରଣ ଖାଉଟି କିଣିବା ସାମର୍ଥ୍ୟ ବାହାରେ ହୋଇ ଯାଇଛି । ଚାରିଆଡ଼େ ବିଶୃଙ୍ଖଳା ଦେଖିବାକୁ ମିଳୁଛି ତଥାପି ସେମାନେ ଚୁପ୍ ରହିଛନ୍ତି। ଯେତେବେଳେ ଭାରତରେ ୫ କିଲୋଗ୍ରାମର ମଇଦା ପ୍ୟାକେଟ ସାଧାରଣତଃ ୨୫୦ ଟଙ୍କାରେ ବଜାରରେ ମିଳିଥାଏ ସେତେବେଳେ ପାକିସ୍ତାନରେ ଏହାର ମୂଲ୍ୟ ୬୦୮ ପାକିସ୍ତାନୀ ଟଙ୍କା।
ପାକିସ୍ତାନର ୱେବସାଇଟ୍ ସନରିଜ୍ ଅନୁଯାୟୀ, ଏଠାରେ ୧ କିଲୋଗ୍ରାମ ଚଣା ଡାଲିର ମୂଲ୍ୟ ୩୮୦ ଟଙ୍କା। ଯେଉଁଠାରେ ୧ ଲିଟର ରନ୍ଧନ ତେଲ ପ୍ୟାକେଟର ମୂଲ୍ୟ ୫୦୦ ଟଙ୍କାରୁ ଅଧିକ । ଏକ କିଲୋଗ୍ରାମ ବେସନର ମୂଲ୍ୟ ୧୯୫ ଟଙ୍କା, ସେହିପରି କିଲେ ଚିନି କିଣିଲେ ଦେବାକୁ ପଡୁଛି ୧୭୫ ଟଙ୍କା। ପାକିସ୍ତାନରେ କ୍ଷୀରର ମୂଲ୍ୟ ଶୁଣିଲେ ଆପଣ କାନରେ ହାତ ଦେବେ । କ୍ଷୀର ଲିଟର ୧୪୦ରୁ ୧୫୦ ଟଙ୍କା। ପାକିସ୍ତାନରେ ଛଅଟି ଅଣ୍ଡା ପ୍ୟାକେଟର ମୂଲ୍ୟ ପ୍ରାୟ ୧୪୫ ଟଙ୍କା। ସେହିପରି, ୩୦ଟି ଅଣ୍ଡା ଥିବା ଅଣ୍ଡାର ଏକ କ୍ରେଟ୍ (ଟ୍ରେ)ର ମୂଲ୍ୟ ୮୫୦-୯୨୦ ଟଙ୍କା।
ଯଦି ଆମେ ଫଳ ବିଷୟରେ କହିବା ତେବେ ଭାରତରେ ସେଓର ମୂଲ୍ୟ କିଲୋକୁ ୨୫୦ ଟଙ୍କା ଥିବା ବେଳେ ପାକିସ୍ତାନରେ ୫୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ଯେଉଁଠି ବର୍ତ୍ତମାନ ଦିଲ୍ଲୀରେ ଟମାଟୋର ମୂଲ୍ୟ ପ୍ରାୟ ୩୦ରୁ ୪୦ ଟଙ୍କା ଓଏବଂ ଓଡ଼ିଶାରେ ୨୦ ଟଙ୍କା ରହିଛି ସେହି ସମୟର ପାକିସ୍ତାନରେ ଆପଣଙ୍କୁ କିଲେ ଟମାଟୋ ପାଇଁ ୮୦ ଟଙ୍କା ଦେବାକୁ ପଡିବ।
ତେବେ ଆପଣଙ୍କୁ କହି ରଖୁଛୁ ଯେ ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ୨୫ରୁ ୩୦ ପ୍ରତିଶତ ମଧ୍ୟରେ ରହିଛି। ୧୨୫ ବିଲିୟନ ଡଲାରରୁ ଅଧିକ ଋଣ ଭାରରେ ବୁଡ଼ି ରହିଥିବା ପାକିସ୍ତାନକୁ ପ୍ରତିବର୍ଷ ବିପୁଳ ପରିମାଣର ସୁଧ ଦେବାକୁ ପଡୁଛି। ଗତ ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ହ୍ରାସ ପାଇ ୧୫.୪୩୬ ବିଲିୟନ ଡଲାରରେ ପହଞ୍ଚିଛି। ପରିସ୍ଥିତି ଏପରି ହୋଇଛି ଯେ ଏବେ ପାକିସ୍ତାନ ପାଇଁ କୌଣସି ଜିନିଷ ଆମଦାନୀ କରିବା କଷ୍ଟକର ହୋଇପଡୁଛି। ଦେଶ ଚାଲିଛି IMFର ରିଲିଫ୍ ପ୍ୟାକେଜ ଆଧାରରେ । ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଜନସଂଖ୍ୟା ୩୯.୪ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ଆଉ ତାଙ୍କର ସେନାଧ୍ୟକ୍ଷ ଏକଥା ମଧ୍ୟ ସ୍ବୀକାର କରିଛନ୍ତି ଯେ ବିଦେଶ ପାଣ୍ଠି ପାଇବାକୁ ଦେଶରେ ଆତଙ୍କୀମାନଙ୍କୁ ପାଳୁଛି ପାକିସ୍ତାନ । ଭାରତ ଠାରୁ ଅଲଗା ହୋଇ ଭାରତ ସହ ଶତ୍ରୁତା କରି କିଭଳି ହୀନସ୍ତା ହେଉଛି ପାକିସ୍ତାନ ତାର ଇଏ ଜ୍ବଳନ୍ତ ଉଦାହରଣ ।
Also Read:ଝାରସୁଗୁଡ଼ା ବିଜାପାଲି ଗାଁରେ ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ