ଆୟୁଷ ଥିଲେ ଯମ ବି ନେଇ ପାରିବ ନାହିଁ: ଦୁର୍ଘଟଣାର ଛାତି ଥରାଇଲା ଭଳି ଦୃଶ୍ୟ, ହେଲେ ବଞ୍ଚିଗଲେ ବୃଦ୍ଧ

ମୁମ୍ବାଇ: ମରଣ ମୁହଁରୁ ଫେରିଲା ଜୀବନ । ଦୁର୍ଘଟଣାର ଛାତି ଥରାଇଲା ଭଳି ଦୃଶ୍ୟ । ବୃଦ୍ଧଙ୍କୁ ବସ୍‌ ଧକ୍କା ଦେବାର ସିସିଟିଭି ଦୃଶ୍ୟ ଦେଖିଲେ ଆପଣଙ୍କ ବି ଆଶ୍ଚର୍ଯ୍ୟ ହେବେ । ରାସ୍ତା ପାର୍‌ ହେଉଥିଲେ ବୃଦ୍ଧ । ହଠାତ ମାଡ଼ି ଆସିଲା ବସ୍‌ ।

ତାଙ୍କୁ ଧକ୍କା ଦେବା ପରେ କଣ ହେଲା ଚିତ୍ର ଟିଭି ସ୍କ୍ରିନରେ ଅଛି । ବସ୍‌ ଧକ୍କା ଦେବା ପରେ ଘୋଷାଡି ହୋଇଥିଲେ ବୃଦ୍ଧ । ପରେ ବସ୍‌ ତଳେ ପଶି ଯାଇଥିଲେ । ହଠାତ୍‌ ବ୍ରେକ୍‌ ଲଗାଇଥିଲେ ଡ୍ରାଇଭର । ବସ୍‌ ମଝିରେ ରହି ଯାଇଥିବାରୁ ବୃଦ୍ଧଙ୍କର ଜୀବନ ବଞ୍ଚି ଯାଇଥିଲା । ବସ ତଳୁ ବାହାରି ଆସିଥିଲେ ।

ଅକ୍ଷତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ମୁମ୍ବାଇର ପଓ୍ଵାଇ ଅଞ୍ଚଳର ଏହି ଘଟଣା ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ଦର୍ଶାଉଛି, ରଖେ ହରି ତ ମାରେ କିଏ । ଆୟୁଷ ଥିଲେ ଯମ ବି ନେଇ ପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.