ପ୍ରେମିକା କଥା ନ ହେବାରୁ ଫ୍ୟାନ୍‌ରେ ଦଉଡ଼ି ଦେଇ ଜୀବନ ହାରିଲା ଯୁବକ, ନିକଟରେ କମ୍ପିଟେଟିଭ୍‌ ପରୀକ୍ଷାରେ କରିଥିଲା ପାସ୍‌

ପ୍ରେମିକା ଫୋନ୍‌ରେ କଥା ନ ହେବାରୁ ଜୀବନ ହାରିଲା ପ୍ରେମିକ। ବିହାରର ରାଜଧାନୀ ପାଟନାର ବାହାଦୂରପୁର ଥାନା ଅଞ୍ଚଳର ପଞ୍ଚବଟୀ ନଗରରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାକାର ସୁନୀଲ ଲଜ୍‌ରେ ଜଣେ ଯୁବକ ଫ୍ୟାନ୍‌ରେ ଦଉଡ଼ି ଦେଇ ଜୀବନ ହାରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ତଳକୁ ଓହ୍ଲାଇ ପୋଷ୍ଟ ମର୍ଟମ୍‌ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ପୋଲିସକୁ ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିଛି। ଏଥିରୁ ଜଣାପଡ଼ୁଛି ଯେ ପ୍ରେମଜନିତ କାରଣରୁ ଯୁବକ ଜଣକ ଆତ୍ମହତ୍ୟା କରିଛି।

ମୃତକର ନାଁ ରାଜନ କୁମାର (୨୪) ବୋଲି ଜଣାପଡ଼ିଛି। ସେ କିଛି ଦିନ ହେଲାଣି ଏକ ଝିଅକୁ ଭଲ ପାଉଥିଲେ। ନିକଟରେ ପ୍ରେମିକା ତାଙ୍କ ସହ ମୋବାଇଲରେ କଥା ହେବା ବନ୍ଦ କରି ଦେଇଥିଲା। ଏହି କାରଣରୁ ସେ ଟେନ୍‌ସନ୍‌ରେ ଥିଲା। ରାଜନ ପାଟନାରେ ରହି କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା।

ପରିବାର ଲୋକଙ୍କ କହିବାନୁସାରେ, ରାଜନ୍‌ ଏକ ପରୀକ୍ଷାରେ ପାସ୍‌ ବି କରିଥିଲା। କିଛି ଦିନ ଭିତରେ ତା’ ଇଣ୍ଟରଭ୍ୟୁ ହେବାର ଥିଲା। କିନ୍ତୁ ପ୍ରେମିକା ଯୋଗୁ ତାଙ୍କ ପୁଅ ଜୀବନ ହାରିଛି। ଏହି ଘଟଣା ପରେ କାନ୍ଦି କାନ୍ଦି ପରିବାର ଲୋକଙ୍କ ଅବସ୍ଥା ଖରାପ ହୋଇଛି। ବଢ଼ିଲା ପୁଅର ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡ଼ିଛି। ସୁଇସାଇଡ୍‌ ନୋଟ୍‌ରେ ପ୍ରେମିକା କଥା ଉଲ୍ଲେଖ ଥିବାରୁ ପୋଲିସ ସେହି ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛି।

Also Read : ଆମ ସମ୍ପର୍କ ବନ୍ଧୁତା ଠାରୁ ଟିକେ ଅଧିକ, ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ କହିଲେ ମନ କଥା

Leave A Reply

Your email address will not be published.