ଜୀବନ ନେଲା ରିଲ୍ସ ନିଶା, ୧୦୦ ଫୁଟ ଉଚ୍ଚରୁ ପାଣିକୁ ଡେଇଁ ଯୁବକ ମୃତ

ଇନଷ୍ଟାଗ୍ରାମ ରିଲ୍ସ କରିବାକୁ ଜଣେ ଯୁବକ ୧୦୦ ଫୁଟ ଉଚ୍ଚରୁ ପାଣିକୁ ଡେଇଁଲେ । କିନ୍ତୁ ପାଣିରେ ପଡ଼ିବା ପରେ ମାତ୍ର କେଇଫୁଟ ପହଁରି ନିୟନ୍ତ୍ରଣ ହରାଇ ବୁଡ଼ି ଗଲେ ।

ଜୀବନ ନେଲା ରିଲ୍ସ ନିଶା । ଇନଷ୍ଟାଗ୍ରାମ ରିଲ୍ସ କରିବାକୁ ଜଣେ ଯୁବକ ୧୦୦ ଫୁଟ ଉଚ୍ଚରୁ ପାଣିକୁ ଡେଇଁଲେ । କିନ୍ତୁ ପାଣିରେ ପଡ଼ିବା ପରେ ମାତ୍ର କେଇଫୁଟ ପହଁରି ନିୟନ୍ତ୍ରଣ ହରାଇ ବୁଡ଼ି ଗଲେ । ପରେ ପାଣି ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ଘଟିଛି ଝାଡ଼ଖଣ୍ଡ ସାହିବଗଞ୍ଜ ଜିଲ୍ଲାରେ ।

ମୃତ ଯୁବକଙ୍କ ନାଁ ତଉସିଫ । ବୟସ ୧୮ ବର୍ଷ । ସେ ରିଲ୍ସ ସୁଟିଂ ପାଇଁ ୧୦୦ ଫୁଟ ଉଚ୍ଚରୁ ଏକ ଜଳାଶୟକୁ ଲମ୍ଫ ମାରିଥିଲେ । ପାଣିକୁ ଡେଇଁବା ପରେ କିନ୍ତୁ ବୁଡ଼ି ଯାଇଥିଲେ । ଏସବୁ ସୁଟିଂ ହୋଇଥିଲା । କିନ୍ତୁ ରିଲ୍ସ କରିଥିବା ତଉସିଫ ଆଉ ନଥିଲେ ।

ସେତେବେଳେ ତାଙ୍କ ସାଙ୍ଗମାନେ ଜଳାଶୟରେ ଗାଧୋଉଥିଲେ । ତାଙ୍କୁ ଖୋଜିଥିଲେ ବି ପାଇ ନଥିଲେ । ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଖୋଜାଖୋଜି ପରେ ପାଣି ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି ।

You might also like