ଭଉଣୀର ପ୍ରେମ ସଂପର୍କକୁ ପସନ୍ଦ କରୁନଥିଲା ଭାଇ, ଭଉଣୀକୁ ମାରିବା ପରେ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଭାଇ
ଭଉଣୀର ପ୍ରେମ ସଂପର୍କକୁ ସ୍ୱୀକାର କରିବାକୁ ଅରାଜି ଥିଲା ଭାଇ । ଆଉ ସବୁଦିନ ହେଉଥିବା ଝଗଡାକୁ ସାରିବା ପାଇଁ ଭଉଣୀରୁ ହତ୍ୟା କଲା ଭାଇ । ମାରିବା ପରେ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଭାଇ । ଉତ୍ତରପ୍ରଦେଶ ବାରବାଙ୍କୀରେ ଘଟିଛି ଛାତିଥରା ଘଟଣା ।

ଜନୈକ ବ୍ୟକ୍ତିଙ୍କ ସହିତ ଭଉଣୀର ସଂପର୍କ ଥିବା ଜାଣିବା ପରେ ଭଉଣୀକୁ ହତ୍ୟା କରିଛି ଭାଇ । ପ୍ରଥମେ ଭଉଣୀକୁ ହତ୍ୟା କରିବା ପରେ ମୁଣ୍ଡ କାଟି ଥାନାରେ ପହଞ୍ଚିଛି ଭାଇ । କଟା ମୁଣ୍ଡ ଧରି ଥାନାରେ ପହଞ୍ଚିବା ପରେ ପୋଲିସ ଯୁବକଙ୍କୁ ଗିରପ କରିଛି । ଉତ୍ତରପ୍ରଦେଶ ବାରବାଙ୍କୀରେ ଘଟିଛି ଛାତିଥରା ଘଟଣା ।
ଖବର ମୁତାବକ, ଉତ୍ତରପ୍ରଦେଶ ବାରବାଙ୍କୀର ମିଥଓ୍ଵାରା ଗାଁରେ ରହୁଥିବା ଯୁବକ ଜଣକ ଭଉଣୀର ପ୍ରେମ ସଂପର୍କକୁ ନେଇ ଚିନ୍ତିତ ରହିଥିଲେ । ଏହି କଥାକୁ ନେଇ ଭଉଣୀ ସହିତ ଝଗଡା କରିଥିଲା ଭାଇ । ଆଉ ପରେ ଝଗଡା ଏତେ ବଢିଯାଇଥିଲା ଯେ, ଭଉଣୀର ମୁଣ୍ଡକୁ କାଟି ଦେଇଥିଲା । ଆଉ ମୁଣ୍ଡ କାଟିବା ପରେ କଟା ମୁଣ୍ଡ ଧରି ପୋଲିସ ଥାନାରେ ପହଞ୍ଚିଥିଲା ଭାଇ । ପୋଲିସ ତୁରନ୍ତ ଯୁବକଙ୍କୁ ଗିରଫ କରିଥିଲା ।
ତା’ ପରେ ପୋଲିସ ମୃତ ଯୁବତୀଙ୍କ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ତେବେ ପୂର୍ବରୁ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିବା ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଥିଲା ।
ସୂଚନାଯୋଗ୍ୟ, ମୃତ ଯୁବତୀ ଜଣକ ପୂର୍ବରୁ ପ୍ରେମ କରୁଥିବା ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ । ପୋଲିସରେ ଅଭିଯୋଗ ହେବା ପରେ ତାଙ୍କୁ ଉଦ୍ଧାର କରାଯାଇ ଘରକୁ ଅଣାଯାଇଥିଲା ଏବଂ ଯୁବକଙ୍କୁ ଗିରଫ କରାଯାଇଥିଲା ।